-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
06-Aug-2021
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା) ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍) ଶିଶିର କୁମାର ରଥ ଏବଂ ଆଞ୍ଚଳିକ ବନ ସଂରକ୍ଷକ(ଆରସିସିଏଫ୍) ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବନ ବିଭାଗର ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଛନ୍ତି | ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନର୍ସରୀଗୁଡିକୁ ବୁଲି ଦେଖିଛନ୍ତି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ବିଜିପୁରଠାରୁ ମହୀପୁର ପର୍ଯ୍ୟନ୍ତ ଚାଲିଥିବା ପଥପାର୍ଶ୍ଵ ବନୀକରଣ, ଖେଡ଼ପଡ଼ା ସେକ୍ସନ ଲଣ୍ଡା ପାହାଡ଼ ବନୀକରଣ, ଦଶପଲ୍ଲା କୁଆଁରିଆ ନର୍ସରୀ, ଗଣିଆ ନର୍ସରୀ ଏବଂ ଖଣ୍ଡପଡ଼ା ବନାଞ୍ଚଳ ଦୁର୍ଗାପୁର ନର୍ସରୀରେ ବନବିଭାଗ ପକ୍ଷରୁ ଉତ୍ପାଦିତକରାଯାଉଥିବା ଚାରା ବିଷୟରେ ତର୍ଜମା କରିଛନ୍ତି । ମହୀପୁର ବନାଞ୍ଚଳ ନିକଟସ୍ଥ ସମ୍ପଡ଼ାଠାରେ ଥିବା ମେଗା ନର୍ସରୀ ଉଦ୍ଘାଟନୀ ଉତ୍ସବ ରେ ମଧ୍ୟ ଯୋଗ ଦେଇଛନ୍ତି । ଉକ୍ତ ମାରାଥନ ପରିଦର୍ଶନ ରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି, ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ସ୍ୱେତାଲୀନା ସାହୁ ଏବଂ ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।