-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
06-Aug-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ବିଗତ ବର୍ଷ ଆଜିର ଦିନରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଶିଳାନ୍ୟାସ ହୋଇଥିଲା। ଏକ ବର୍ଷ ପୂର୍ତ୍ତି ଅବସରରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଶାନ୍ତିପଡା ସ୍ଥିତ ଦୁର୍ଗା ପଣ୍ଡପ ଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀ ରାମଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ବଳନ କରାଯାଇ ଜୟ ଶ୍ରୀରାମ ର ନାରା ଦିଆଯାଇଥିଲା। ଶେଷରେ ସ୍ଥାନୀୟ ବାସିନ୍ଦା ତଥା ପଥଚାରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସାହୁ, ରଞ୍ଜିତା ପାଣିଗ୍ରାହୀ, ରଶ୍ମି ରେଖା ଦାବି, ଅନୁସେୟା ବେଜ୍, ବନଶ୍ରୀ ଆଚାର୍ଯ୍ୟ, ଫିରୋଜା ବିବି, କଲ୍ୟାଣୀ ଆଡବଙ୍କ, ଦେବରାଜ ନାଗ, ଅଭିଷେକ ସୋନି, ସୁରେଶ କମ୍ପ, ରୁଦ୍ର ସାହୁ, ଲଲିତ ଶର୍ମା, ଧର୍ମେନ୍ଦ୍ର ଅଗ୍ରୱାଲ, ଦୟା ପାତ୍ର, ପିତାମ୍ବର ଷlଣ୍ଢ, ଧୋନିରମ୍ ସାହୁ, ପ୍ରିୟବ୍ରତ, ସିଲୁ, ଆକାଶ, ପ୍ରେମାନନ୍ଦ ଓ ସୀତାକାନ୍ତ ସେଠଙ୍କ ସମେତ ବହୁ ରାମ ଭକ୍ତ ଉପସ୍ଥିତ ଥିଲେ।