-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
05-Aug-2021
ବେଗୁନିଆପଡ଼ା (ଉମା ମହାରଣା) : ପୂର୍ବତନ ବିଧାୟିକା ତଥା ବର୍ଷିଆନ ନେତ୍ରୀ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମ ଦିବସକୁ ନିଆରା ଢଙ୍ଗରେ ପାଳନ କଲେ ଦମ୍ପତି ଓ ତାଙ୍କ ପରିବାରବର୍ଗ । ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବଡ ଖଇରଖମା ପଞ୍ଚାୟତ ଥୁଆମୂଳ ଗ୍ରାମର ପବିତ୍ର
କୁମାର ରାଉତ ଏବଂ ତାଙ୍କ ଧର୍ମପତ୍ନୀ ରୀତାରାଣୀ ରାଉତ ଏବଂ ତାଙ୍କ ର ଦୁଇ ପୁଅ, ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୪ତମ ଜନ୍ମ ଦିବସରେ ୮୪ ଗୋଟି ବିଭିନ୍ନ ପ୍ରକାର ଫଳ ଗଛ ରୋପଣକରି ଏକ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାର ର ଫଳ ଗଛ ଯଥା ଆମ୍ବ, ପଣସ, ଲେମ୍ବୁ, ଡାଳିମ୍ବ, କମଳା ସାପଟା ଆଦି ନିଜ ଗ୍ରାମରେ ରୋପଣ କରିଛନ୍ତି ଏବଂ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓଙ୍କ ଦୀର୍ଘାୟୁ, ସୁସ୍ଥ, ନିରାମୟ ଜୀବନ କାମନା କରି ମା ବଡ ରାଉଳ ଠାକୁରାଣୀ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ରାଣୀ ଭି ସୁଜ୍ଞାନ. କୁମାରୀ ଦେଓ ଜନ ମାନସରେ ଅତି ଲୋକପ୍ରିୟ ଥିଲେ । ଓଡ଼ିଶାର ଜଣେ ଅପ୍ରତିଦ୍ବନ୍ଦୀ ନେତ୍ରୀ ତଥା ବିଧାୟିକା ଏବଂ ଖଲ୍ଲିକୋଟଗଡ଼ର ରାଣୀ ମା ଭାବେ ପରିଚିତ ଭି. ସୁଜ୍ଞାନୀ
କୁମାରୀ ଦେଓ ଜନ ମାନସରେ ଅତି ଲୋକପ୍ରିୟ ଥିଲେ । ଓଡ଼ିଶାର ଜଣେ ଅପ୍ରତିଦ୍ବନ୍ଦୀ ନେତ୍ରୀ ତଥା ବିଧାୟିକା ଏବଂ ଖଲ୍ଲିକୋଟଗଡ଼ର ରାଣୀ ମା ଭାବେ ପରିଚିତ ଭି. ସୁଜ୍ଞାନ କୁମାରୀ ଦେଓ । ସେ ଦୁହେଁ ରାଣୀ ମାଆ ଙ୍କୁ ବହୁତ୍ ଭଲ ପାଆନ୍ତି ତେଣୁ ତାଙ୍କ ଜନ୍ମଦିନ ଅବସରରେ ରାଣୀ ମା ଙ୍କ ଅନୁପସ୍ଥିତ ରେ ଏହି ବୃକ୍ଷରୋପଣ କରିଥିବା ନେଇ ପ୍ରକାଶ କରିଛନ୍ତି ।