-+91-9937148622 |
prerana_bgr@rediffmail.com |
Wednesday 8th July 2026 |
R.N.I. Regd No. ODIODI/2010/46693
Breaking News
05-Aug-2021
ଲୋଇସିଂହା,ଆଗଲପୁର, (ବିନୋଦ ଦୀପ): ଗତ ଅଗଷ୍ଟ ୩ ତାରିଖରେ ପ୍ରେରଣାର ନ୍ୟୁଜ୍ ପୋର୍ଟଲରେ ଆମେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ପଂଚାୟତର ଗୁହୁରିଆ ପଦର ଗାଁ ରେ ଘଟିଯାଇଥିବା ଏକ ଅଭାବନୀୟ ଘଟଣାର ଅବତାରଣା କରିଥିଲୁ । ଚଳିତ ବର୍ଷରେ ଏହି ଗାଁ ରେ ରହୁଥିବା ସୁରେଶ ସୁନାଙ୍କ ଘର ଭୁଶଡି ସୁରେଶଙ୍କ ଜଙ୍ଘ ହାଡ ଭାଙ୍ଗିଯାଇଥିଲା । ଏପରିକି ଘରର କାନ୍ଥ ପଡି ସୁରେଶଙ୍କ ହାତ ମଧ୍ୟ ଭାଙ୍ଗିଥିବା ସୂଚନା ମିଳିଥିଲା । ଗରୀବିର କଷାଘାତରେ ଜୀବନ ବିତାଉଥିବା ଗୁରୁତର ସୁରେଶଙ୍କ ପାଇଁ ଏବେ ଉନ୍ନତ ଚିକିତ୍ସା ସେବା ସାତ ସପନ ପାଲଟିଥିବା ବେଳେ ସରକାରଙ୍କ ଆବାସ ଯୋଜନାରୁ ମଧ୍ୟ ସେ ବଂଚିତ ହୋଇଛନ୍ତି । ସୁରେଶ ସୁନାଙ୍କ ପରିବାରର ଏହି ଦୁଃଖଦ ଖବର ଆମେ ପ୍ରେରଣା ନ୍ୟୁଜ୍ ପୋର୍ଟାଲରେ ପ୍ରକାଶିତ କରିଥିଲୁ । ଏହି ଖବର ପ୍ରକାଶନ ପରେ ଆଗଲପୁର ତହସିଲଦାର ଓ ଭରସୁଜା ସରପଂଚ ଗଣେଶ ସାହୁ ତତ୍ପରତା ଦେଖାଇ ଥିଲେ । ଆଗଲପୁର
ତହସିଲଦାର ଆଜି ସୁରେଶ ସୁନାଙ୍କ ପରିବାରକୁ ୧ଠହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଥିବା ବେଳେ ଭରସୁଜା ସରପଂଚ ଗଣେଶ ସାହୁ ମଧ୍ୟ କିଛି ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି । ଖବର ପ୍ରକାଶନ ପରେ ସରକାରୀସ୍ତରରେ ଆର୍ଥିକ ସହଯୋଗ ମିଳିଥିବାରୁ ସୁରେଶ ସୁନାଙ୍କ ପରିବାର ପ୍ରେରଣା ନ୍ୟୁଜ୍ ପୋର୍ଟଲ ଓ ଏହର ଲୋଇସିଂହା ପ୍ରତିନିଧିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।