-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
28-Jun-2021
ସମ୍ବଲପୁର (ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ନବ ନିଯୁକ୍ତ ବିଜେଡି ସମ୍ବଲପୁର ଜୋନ୍ ସଭାନେତ୍ରୀ ସବିତା ଆଚାର୍ଯ୍ୟ, ସମ୍ବଲପୁର ଜିଲା ସଭାନେତ୍ରୀ ବନ୍ଦିତା ମିଶ୍ର, ରାଜ୍ୟ ଉପ ସଭାନେତ୍ରୀ କବିତା ପୁରୋହିତ, ସିପ୍ରା ମହାନ୍ତି ଓ ଉଷା ପ୍ରଧାନ, ରାଜ୍ୟ ସମ୍ପାଦିକା କଳ୍ପନା ମିଶ୍ର ଓ ରାଜଲକ୍ଷ୍ମୀ ପ୍ରଧାନ, ରାଜ୍ୟ ଯୁଗ୍ମ ସମ୍ପାଦିକା ଡ. ସଂଯୁକ୍ତା ମେହେର ପ୍ରମୁଖଙ୍କୁ ବିଜୁ ଜନତା ଦଳ ସମ୍ବଲପୁର ଜ଼ିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ ସ୍ବାଗତ କରିଛନ୍ତି । ନବନିଯୁକ୍ତ ପଦାଧିକାରୀ ସବିତା ଆଚାର୍ଯ୍ୟ, ବନ୍ଦିତା ମିଶ୍ର, କବିତା ପୁରୋହିତ, ଉଷା ପ୍ରଧାନ ପ୍ରମୁଖ ରବିବାର ବିଜେଡି ଜ଼ିଲ୍ଲା କାର୍ଯ୍ୟାଳୟକୁ ଆସି ସଭାପତି ଇଂ. ଦାସ ଓ ବରିଷ୍ଠ ନେତା ଦେବେନ୍ଦ୍ର କିଶୋର ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସମୟରେ ଦିଲ୍ଲୀପ ଦାଶ, ଲିଙ୍ଗରାଜ ତ୍ରିପାଠୀ, ଯାମିନୀ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ I