-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||      ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ    (17-Aug-2026)       ||      କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   (17-Aug-2026)       ||      ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   (17-Aug-2026)       ||      ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||     

HOME   ଜିଲ୍ଲା

ବସ୍ କର୍ମଚାରୀଙ୍କ ପାଇଁ ରେସନ ଦାବୀ କଲା ବସ୍ ମାଲିକ ସଂଘ

28-Jun-2021



ବଲାଙ୍ଗୀର(ପ୍ରେରଣା ଖବର):  ପ୍ରାୟ ଦୁଇ ମାସ ହେଲା ରାଜ୍ୟରେ ଲକଡାଉନ ଯୋଗୁଁ ବସ ଚଳାଚଳ ବନ୍ଦ ରହିଛି । ବସ  ଚଳାଚଳ ବନ୍ଦ ଯୋଗୁଁ ବଲାଙ୍ଗୀର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ୧୨୦ ଟି ବସ୍ ର ୪୫୦ କର୍ମଚାରୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଛି । ଆର୍ଥିକ ଅନାଟନ ମଧ୍ୟରେ ସେମାନେ ହାତ ବାନ୍ଧି ବସି ରହିଛନ୍ତି ଓ ସରକାରଙ୍କ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, କରୋନାର ପ୍ରଥମ ଲହର ଠାରୁ ବସ ମାଲିକ ମାନେ କ୍ଷତି ସହି ଆସୁଛନ୍ତି । ପ୍ରଥମ ଲହର ଲକ୍ ଡାଉନ  କୁ ସରକାର ଉଠାଇବା ପରେ ବ୍ୟବସାୟରେ କ୍ଷତି ସହି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଠାରୁ ଅପେକ୍ଷାକୃତ ଭାବେ ଶୀଘ୍ର ବଲାଙ୍ଗୀର ଜିଲ୍ଲାରେ ବସ ଚଳାଚଳକୁ  ସାଧାରଣ କରିବାରେ ବସ କର୍ମଚାରୀ ଓ ମାଲିକ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କରୋନା ର ଦ୍ଵିତୀୟ ଲହର ଲକଡ଼ାଉନ ସମୟରେ ବସ୍ ମାଲିକ ମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ମାର୍ଗଦର୍ଶିକା କୁ ଅଣଦେଖା କରି ଟାଟା ଫାଇନାନ୍ସ ଓ ଚୋଳମଣ୍ଡଳମ ଭଳି  ବେସରକାରୀ ଅର୍ଥ ଲଗାଣକାରୀ  ସଂସ୍ଥା ମାନେ ବସମାଲିକ ମାନଙ୍କ ଠାରୁ ଲକ ଡାଉନ ସମୟରେ ସୁଧ ସହ କିସ୍ତି ଆଦାୟ କରୁଛନ୍ତି ଫଳରେ ବସମାଲିକ ମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ଦୋହଲି ଯାଇଛି । ଏହି ପରିସ୍ଥିତିରେ ବସ୍ କର୍ମଚାରୀ ମାନେ ଅସହାୟ ହୋଇ ପଡ଼ିଛନ୍ତି । ତେଣୁ ବସ କର୍ମଚାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ସହାୟତା ପ୍ରଦାନ କରିବା ପାଇଁ ବସ ମାଲିକ ସଂଘ ପକ୍ଷରୁ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଅନୁରୋଧ କରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି  । ଏହାକୁ ସହୃଦୟତାର ସହ ବିଚାର କରିବେ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ଅନ୍ୟ ଏକ ଦାବୀପତ୍ର ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରାଯାଇଛି । ବଲାଙ୍ଗିର ବସ ମାଲିକ ସଂଘର ସଭାପତି ହେମନ୍ତ ପଣ୍ଡା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲ , ହିମାଂଶୁ ନାୟକ ପ୍ରମୁଖ ଦାବୀପତ୍ର ହସ୍ତାନର କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   17-Aug-2026
  ଜିଲ୍ଲା  
ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   17-Aug-2026
  ଜିଲ୍ଲା  
ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ମେଘପାଳ ସରପଞ୍ଚଙ୍କ ମହନୀୟ କାର୍ଯ୍ୟ   17-Aug-2026
  ରାଜ୍ୟ  
କଂସର ଓ ଦୁଧିଆମାଳରେ ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ନେଇ ତାଲିମ ଶିବିର   17-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ   17-Aug-2026
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026

You Might Also Like