-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
25-Jun-2021
ବାଲିଗୁଡ଼ା,(ପ୍ରେରଣା ଖବର ବ୍ୟୁରୋ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ କୋଭିଡ ନିୟମକୁ ଉଲ୍ଲଂଘନ କରି କିଭଳି ଗୋଟିଏ କୋଠରୀ ରେ ବୃଦ୍ଧା ଓ ବିଧବା ମହିଳା ମାନଙ୍କୁ ଏକାଠି ବସାଇ ବୈଠକ କରିବା କୁ ନେଇ ବୁଦ୍ଧିଜୀବି ପ୍ରଶ୍ନ କରିଛନ୍ତି । ତୁମୁଡିବନ୍ଧ
ବ୍ଲକର ମୁଣ୍ଡିଗଡ, ତୁମୁଡ଼ିବନ୍ଧ ସମେତ ବିଭିନ୍ନ ପଞ୍ଚାୟତ ରେ ବିଡ଼ିଓ ରୀନା ପ୍ରଧାନ, ଜିପିଓ ଭୀମସେନ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଘ୍ନେଶ୍ୱର ଦିଗାଲ ମିଳିତ ଭାବେ ଏହି ବୈଠକ ରେ ସାମିଲ ହୋଇଥିଲେ। ଦେଶରେ କରୋନା ମହାମାରୀ କୁ ନେଇ ଚିନ୍ତିତ ଥିବା ବେଳେ ଏହି ସଂକ୍ରମଣ କୁ ରୋକିବା ପାଇଁ ସରକାର ଗାଇଡ ଲାଇନ କରି ବି
ନା କାମ ରେ ଘରୁ ନ ବାହାରିବା, ଡବଲ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ତୁମୁଡ଼ିବନ୍ଧ ବ୍ଲକ ପ୍ରଶାସନ ର ଏଭଳି ନିୟମ ଉଲଘଂନ କୁ ବୁଦ୍ଧିଜିବୀ ମହଲ ରେ ତୀବ୍ର ନିନ୍ଦା କରାଯାଇଛି l