-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
21-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) : କେନ୍ଦ୍ର କୃଷି ମନ୍ତ୍ରୀ ସଦାନନ୍ଦ ଗୌଡାଙ୍କୁ ତୁରନ୍ତ ସାର ଯୋଗାଇବା ନେଇ ପତ୍ର ଲେଖିଲେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ଯେତିକି କୁଟା ସାର ପାଇବା କଥା ଏ ଯାଏ କେନ୍ଦ୍ର ସରକାର ଦେଇ ନାହାନ୍ତି । ମେ ମାସ ସୁଦ୍ଧା ୟୁରିଆ ସାର ୪୮ ହାଜର ୯୫୦ ମେଟ୍ରିକ୍ ଟନ୍ ରାଜ୍ୟ ପାଇବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ପାଇଛି ମାତ୍ର ୩୪ ହାଜର ୩୪୦ ମେଟ୍ରିକ୍ ଟନ୍ । ସେହିପରି ଜୁନ ମାସ ୧୮ ତାରିଖ ୟୁରିଆ ସାର ୭୦ ହାଜର ୮୩୦ ମେଟ୍ରିକ୍ ଟନ୍ ପାଇବାକୁ ଥିବାବେଳେ ରାଜ୍ୟ କୁ ମିଳିଛି ୧୮ ହାଜର ୬୯୦ ମେଟ୍ରିକ୍ ଟନ୍ । ସେହିଭଳି ଜୁନ ମାସ ୧୮ ସୁଦ୍ଧା ଡିଏପି ସାର ୮୨ ହାଜର ମେଟ୍ରିକ୍ ଟନ୍ ରୁ ମିଳିଛି ୩୭ ହାଜର ମେଟ୍ରିକ୍ ଟନ୍,msp ସାର ୨୯ ହାଜର ମେଟ୍ରିକ୍ ଟନ୍ ପାଇବାକୁ ଥିବା ବେଳେ ମିଳିଛି ମାତ୍ର ୮ ହାଜର ମେଟ୍ରିକ୍ ଟନ୍ ।ସେହିଭଳି NPK ସାର ୮୧ ହାଜର ମେଟ୍ରିକ୍ ଟନ୍ ରୁ ମିଳିଛି ୪୭ ହଜାର ମେଟ୍ରିକ୍ ଟନ୍ । ତେବେ ତୁରନ୍ତ କୃଷି ଓ କୃଷକ ଙ୍କ ସ୍ବାର୍ଥ ପାଇଁ ରାଜ୍ୟ ପାଇବାକୁ ଥିବା ସମସ୍ତ ସାର ତୁରନ୍ତ ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଦାବି ରଖିଥିବା କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ