-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
14-Jun-2021
ଡୁଙ୍ଗୁରିପାଲିି,(ତୁଳସୀ ପ୍ରସାଦ ଦାସ): ରାମପୁର ପେକ୍ସ ଅଂଚଳର ଚାଷୀମାନେ ଗତ ୩୧ତାରିଖରେ ଧାନ ବିକ୍ରୀପାଇଁ ଟୋକନ ପାଇଥିଲେ ମଧ୍ୟ ଧାନ ଉଠି ନଥିଲା । ଆଜି ସେମାନଙ୍କ ଧାନ ନ ଉଠିଲେ ପାଇଥିବା ଟୋକନ ବାତିଲ ହେବାର ଆଶଙ୍କା ରହିଥିଲା । ଅନ୍ୟପକ୍ଷରେ ଧାନ ଉଠିବାର ମଧ୍ୟ ସମ୍ଭାବନ ନଥିଲା । ଏହାର ପ୍ରତିବାଦରେ ଚାଷୀମାନେ ଡୁଙ୍ଗୁରିପାଲି-ରାମପୁର ଜଗନ୍ନାଥ ରାସ୍ତାର ତିନି ଛକଠାରେ ରାସ୍ତା ରୋକ କରିଥିଲେ । ପ୍ରାୟ ୫ଟାରେ ଚାଷୀମାନେ ହଠାତ ରାସ୍ତା ରୋକ କରିବାର ଖବର କାହାରି ପାଖରେ ନଥିଲା । ଖବାର ପାଇ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଡୁଙ୍ଗୁରିପାଲି ଯୋଗାଣ ଅଧିକାରୀ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । କୌଣସି ଚାଷୀର ଟୋକନ ବାତିଲ ହେବ ନାହିଁ ଏବଂ ସମସ୍ତ ଚାଷୀଙ୍କ ଧାନ ରାତି ସୁଦ୍ଧା ଉଠାଯିବାରୁ ପ୍ରତିଶୃତି ଦେବା ପରେ ଚାଷୀମାନେ ରାସ୍ତାରୁ ହଟିଥିଲେ । ସମଲେଇଚୁଆ ପେକ୍ସ ସଂପାଦକ ରାଜୁ ପଧାନଙ୍କୁ ରାମପୁର ପେକ୍ସର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।