-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
08-Jun-2021
ଭୁବନେଶ୍ୱର(ଶୁଭାଶିଷ ନାୟକ): ଏକ ଅନଲାଇନ ଖାଦ୍ୟ ଯୋଗାଣକାରୀ ସଂସ୍ଥାରେ ଡେଲିଭରି ବଏ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ମାଡ ମାରି ଖାଇବା ନେଇ ଯାଇଛନ୍ତି ଚାରି ଦୁବୁର୍ତ୍ତ । ଏନେଇ ଆକ୍ରମଣର ଶିକାର ହୋଇଥିବା ଯୁବକ ରଞ୍ଜନ ସୁନ୍ଦରାୟ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ।
ରଞ୍ଜନଙ୍କ ଅଭିଯୋଗ ଅନୁଯାୟୀ, ଗତ କାଲି ରାତିରେ ସେ ଏବଂ ତାଙ୍କର ସାଙ୍ଗ ହିମାଂଶୁ ନାୟକ ଏକ ତମାଣ୍ଡୋ ଅଞ୍ଚଳର ଏକ ଅର୍ଡର ନେଇ ଯାଉଥିବା ବେଳେ ତାଙ୍କ ବାଇକ ପମ୍ପଚର ହୋଇଯାଇଥିଲା । ଫଳରେ ସେମାନେ ଗ୍ରାହକଙ୍କୁ ଖାଇବା ନେଇ ଯାଇ ପାରିବେ ନାହିଁ ବୋଲି କହିଥିଲେ । ହେଲେ ଗ୍ରାହକ ଜଣଙ୍କ ସେମାନେ ରହିଥିବା ସ୍ଥାନକୁ ଆସିବା ପାଇ କହିଥିଲେ । ଫଳରେ ସେମାନେ ଘାଟିକିଆ ହନୁମାନ ଛକ ପାଖରେ ଅପେକ୍ଷା କରିଥିଲେ ।
ଏହାର କିଛି ସମୟ ପରେ ସେମାନେ ଏକ କାରରେ ୪ ଜଣ ଆସିଥିଲେ । ତାଙ୍କ ଠାରୁ ଖାଦ୍ୟ ଛଡେଇ ନେବା ସହ ପାଉଣା ଦେଇ ନ ଥିଲେ । ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ । ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତଳେ ପକାଇ ଗୋଇଠା ମାରିଥିଲେ । ଏପରିକି ତାଙ୍କୁ ମାରି ମାଟିରେ ପୋତି ଦେବାକୁ କହିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତିି ।