ଆଜି ପ୍ରକାଶ ପାଇବ +୩ ଆଡମିଶନ୍ର ପ୍ରଥମ ମେରିଟ୍ ଲିଷ୍ଟ।
28-Sep-2020
ରାଜ୍ୟର ୧ ହଜାର ୨୯ଟି କଲେଜ୍ ପାଇଁ ୨ ଲକ୍ଷ ୧୨ ହଜାର ୯୯୮ ଛାତଛାତ୍ରୀ ଆବେଦନ କରିଛନ୍ତି । ଆଜି ହିଁ ସାମ୍ସ ଆକାଉଣ୍ଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ। ଅକ୍ଟୋବର ୮ ତାରିଖରେ ଦ୍ୱିତୀୟ ମେରିଟ୍ ତାଲିକା ପ୍ରକାଶ ପାଇବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୮ରୁ +୩ର ବିଭିନ୍ନ ବିଭାଗରେ ଆବେଦନ ଆରମ୍ଭ ହୋଇଛି । ରାଜ୍ୟର ବିଭିନ୍ନ କଲେଜ୍ରେ ଆଡମିଶନ୍ ପାଇଁ ଛାତଛାତ୍ରୀ ଇ-ଆଡମିଶନ୍ ଲାଗି ଆବେଦନ କରିଛନ୍ତି!