ଆମାଜନ୍ରେ ସମ୍ବଲପୁର ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଉଲ୍ଲେଖ କରାଯାଇଥିଲା ଯାହାକୁ ନେଇ ଓଡ଼ିଶାବାସୀଙ୍କ ଅସନ୍ତୋଷ
28-Sep-2020
ଖାଲି ଦେଶରେ ନୁହେଁ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡ଼ିଶାର ସମ୍ବଲପୁର ଶାଢ଼ୀ । ସମ୍ବଲପୁର ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଥିଲେ ହେଁ ପର୍ଯ୍ୟଟକଙ୍କୁ ଆକର୍ଷିତ କରି ଟାଣିଆଣେ ଏଇ ସମ୍ବଲପୁରୀ ଶାଢ଼ୀ । ହେଲେ ଅନ୍ଲାଇନ୍ ଶପିଂ ସାଇଟ୍ ଆମାଜନ୍ରେ ସମ୍ବଲପୁର ଓଡ଼ିଶା ପରିବର୍ତ୍ତେ ପଶ୍ଚିମବଙ୍ଗ ରାଜ୍ୟର ବୋଲି ଉଲ୍ଲେଖ କରାଯାଇଥିଲା ଯାହାକୁ ନେଇ ଓଡ଼ିଶାବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଯଦିଓ ଆମାଜନ୍ ପରେ ଏହି ତ୍ରୁଟିକୁ ସୁଧାରି ଦେଇଛି, ତେବେ ସୋସିଆଲ୍ ମିଡିଆରେ ଏହି ଖବର ଭାଇରାଲ୍ ହେବାପରେ ଲୋକମାନେ ଅନେକ ପ୍ରତିକ୍ରିୟା ରଖିଛନ୍ତି!