-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Jun-2021
କଣ୍ଟାବାଞ୍ଜି(ଆନନ୍ଦ କୁମାର ମୋଟେ)-ତେବେ ରାଜ୍ୟ ସରକାର ଲକ୍ଡାଉନ ଅବଧି ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ଏହାକୁ ନେଇ କଣ୍ଟାବାଞ୍ଜି ବ୍ୟବସାୟୀ ମହାସଂଘ ଅସନ୍ତୋଷ ପ୍ରକାଶ କରିଛି । ସଂଘ କହିଛି ଯେ, ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣର ହାର କମିବାରେ ଲାଗିଛି । ଏଭଳି ସ୍ଥିତିରେ କଣ୍ଟାବାଞ୍ଜି ସହର ତଥା ଜିଲ୍ଲାରେ ଲକ୍ଡାଉନ ଯୋଗୁଁ ଅନେକ ଛୋଟ ଦୋକାନ ଓ ମଧ୍ୟମ ବର୍ଗର ଦୋକାନୀ ଓ ବ୍ୟବସାୟୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଦୋକାନରେ କାମ କରିୁଥିବା ଲୋକ ମାନେ ମଧ୍ୟ ରୋଜଗାର ହରାଉଛନ୍ତି । ପଡୋଶୀ ଜିଲ୍ଲା ନୂଆଁପଡାରେ ଲକ୍ଡାଉନ କୋହଳକରିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ଲକ୍ଡାଉନ ବଳବତ୍ତର ରହିଛି । ତେଣୁ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାକୁ କୋହଳ କରିବାକୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଦିଆଯିବ ବୋଲି ମହାସଂଘର ସଭାପତି ଅନୀଲ ଅଗ୍ରୱାଲ ଓ ସଂପାଦକ ମନୋଜ ଶର୍ମା ପ୍ରକାଶ କରିଛନ୍ତି ।