-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Jun-2021
ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୋନପୁର କଲେଜର ଫିଜିକ୍ସ ଡିପାଟମେଣ୍ଟର ଏସୋସିଏଟ୍ ପ୍ରଫେସର ପ୍ରଧ୍ୟାପକ ତରୁଣ କୁମାର ମିଶ୍ରଙ୍କୁ ଆଜି କଲେଜ ପରିସରରେ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କୋଭିଡ଼ କଟକଣାକୁ ପାଳନ କରାଯାଇ ଏହି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜର ସମସ୍ତ ଅଊଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ । ସୋନପୁର କଲଜେରେ ଦୀର୍ଘ ୩୮ ବର୍ଷ ର ଅଧ୍ୟାପନା ସମୟର ବିଭିନ୍ନ ସ୍ମୃତି ଉଜାଗର କରିଥିଲେ ପ୍ରଧ୍ୟାପକ ତରୁଣ ମିଶ୍ର । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀ ମାନଙ୍କ ସ୍ନେହ, ଶ୍ରଦ୍ଧା ସବୁଦିନ ପାଇଁ ମନେ ରହିବ ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଏହି ଅବସରରେ କଲେଜ ଷ୍ଟାଫ୍ ଙ୍କ ତରଫରୁ ଶ୍ରୀ ମିଶ୍ରଙ୍କୁ ମାନପତ୍ର, ଉପଢୌକନ ଓ ଫୁଲତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ପ୍ରଧ୍ୟାପକ ସନ୍ତୋଷ ମହାପାତ୍ର, କଳ୍ପନା ମିଶ୍ର, ଆଶିଷ ଅଗ୍ରୱାଲ, ଅକ୍ଷୟ ସାହୁ, ପ୍ରଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।