-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||      ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା -୨୦୨୬ ଅନୁଷ୍ଠିତ   (31-Oct-2026)       ||     

HOME   ଜିଲ୍ଲା

କୋଭିଡ-୧୯ ଆଳରେ ସାଧାରଣ ଗ୍ରାହକ ଙ୍କୁ ନିଜ ମନଇଚ୍ଛା ବ୍ୟାଙ୍କ ନିୟମ ଦର୍ଶାଇ ଶୋଷଣ ଅଭିଯୋଗ

02-Jun-2021



ଟିଟିଲାଗଡ,(ପ୍ରେରଣା ଖବର) :କୋଭିଡ-୧୯ ସରକାରୀ ନିୟମାନୁସାରେ ଜନସାଧାରଣଙ୍କୁ ସମସ୍ତ ପ୍ରକାର ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଦିଆଯାଇଛି ।  ତେବେ ବ୍ୟାଙ୍କ କର୍ମଚାରୀଙ୍କ ମନୋମୁଖୀ ଓ ଖାମଖିଆଲ ମନୋଭାବ ସହ ଦାଇତ୍ୱହୀନତା ନେଇ ତୀଵ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ, ଟିଟିଲାଗଡ ସହର ସ୍ଥିତ ତିନି ଗୋଟି ନିର୍ଦ୍ଦିଷ୍ଟ ବ୍ୟାଙ୍କ ଯଥା, ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖା, ଇଣ୍ଡିଏନ ଓଭରସିଜ ବ୍ୟାଙ୍କ ଓ ୟୁକୋ ବ୍ୟାଙ୍କରେ ସ୍ବଳ୍ପ ସମୟ ମଧ୍ୟରେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ସେବା ଯୋଗାଇ ଦିଆଯିବା ନିର୍ଦ୍ଦେଶ ଥାଇ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ସରକାରୀ ନିର୍ଦ୍ଦେଶ ନ ଥାଇ ନାନା ଆଳରେ ସାଧାରଣ ଗ୍ରାହକଙ୍କୁ ନୁତନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା,ଚେକ ବ୍ୟବସ୍ଥା, KYC ସହ ଟଙ୍କା ଆଦାନ,ପ୍ରଦାନ ନେଇ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ ଅନୁଯାୟୀ ଟିଟିଲାଗଡ ମୁଖ୍ୟ ଷ୍ଟେଟବ୍ୟାଙ୍କ ଶାଖା ରେ  ବ୍ୟାଙ୍କ ଖାଲି ରହିବା ଓ ଭିଡ଼  ରହି ଥିବା ସମୟରେ ମୁଖ୍ୟ ଗେଟ ରେ ଥିବା ସିକୁରୀଟି ଗାର୍ଡ ଗ୍ରାହକଙ୍କୁ ଅପେକ୍ଷା କେରେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ବିନା କୌଣସି କାରଣରେ ଠିଆ କରି ରଖlଇବା ସହ ସମୟ ନ ଥିବା କହି ବ୍ୟାଙ୍କ ବନ୍ଦ ହେବା ଦର୍ଶାଇ ଫେରାଇ ଦେବା ପରି  ଅଭିଯୋଗ ହୋଇଆସୁଛି । ସେହିପରି ମାର୍ଚ୍ଚ ମାସରେ ଅଡିଟ ଚାଲିବ କହି ଗ୍ରାହକଙ୍କୁ ଫେରାଇଦେବା ଓ ପରେ କୋଭିଡ-୧୯ ପାଇଁ ସମୟ କମ ଆଳ ଦେଖାଇବାରୁ ଅସନ୍ତୋଷ ବୃଦ୍ଧି ପାଉଛି । ସେହିପରି ଇଣ୍ଡିଏନ ଓଭରସିଜ ବ୍ୟାଙ୍କରେ ଅନୁରୂପ ଭାବେ ବାରମ୍ବାର ବ୍ୟାଙ୍କକୁ ଧାଇଁ ସୁଦ୍ଧା ଗ୍ରାହକଙ୍କୁ ଦୁର୍ବ୍ୟବହାର ଓ ଦାୟିତ୍ୱ ହୀନତା ନେଇ ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରକାଶ ଯୋଗ୍ୟ ଯେ,ଏହି ବ୍ୟାଙ୍କ ରେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନିମନ୍ତେ ବାରମ୍ବାର ଧାଇଁ ସମସ୍ତ ଆବଶ୍ୟକ ମୁତାବକ କାଗଜପତ୍ର ଦାଖଲ କରିବା ସତ୍ୱେ ଜନ୍ମପ୍ରମାଣ ପତ୍ର ଦେବା ନିତାନ୍ତ ଆବଶ୍ୟକ ବୋଲି ପୂର୍ବରୁ ନ ଜଣାଇ ଶେଷ ପର୍ଯ୍ୟାୟରେ ସନ୍ଧ୍ୟା ବାଗ ନାମ୍ନୀ ଯୁବତୀଙ୍କୁ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଦୁର୍ବ୍ୟବହାର ସହ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି  । ସେହିପରି ବିଗତ ଦିନରେ କର୍ପୋରେସନ ବ୍ୟାଙ୍କ ର କିଛି କର୍ମଚାରୀ କରୋନାରେ  ଆକ୍ରାନ୍ତ  ହେବା ଯୋଗୁଁ ମା ସାଧିକ କାଳ ବନ୍ଦ ରହିଥିବା ବେଳେ ଏବେ ବ୍ୟାଙ୍କ ଖୋଲା ରହିବା ନିୟମର

ଖିଲାପ କରି ଭିତରେ ମାତ୍ର କିଛି ନିର୍ଦିଷ୍ଟ କର୍ମଚାରୀ ଆସି ରହି ଭିତରୁ ଗେଟ ବନ୍ଦ ରଖି ଚାଲିଯିବା ଯୋଗୁଁ ଗ୍ରାହକ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି । ଅପରପକ୍ଷରେ ସ୍ଥାନୀୟ ୟୁକୋ ବ୍ୟାଙ୍କ ଶାଖାରେ ନୂତନ ଆକାଉଣ୍ଟ ଖୋଲିବାରେ ଅବହେଳା ସହ ଚେକ ଡ଼ିପୋଜିଟ ପରେ ମଧ୍ୟ ଟଙ୍କା ପାଇଁମାସ ମାସ ଧରି ଅପେକ୍ଷା କରି ନିରାଶ ହୋଇ ଆସିବା ଓ ଏହି ବ୍ୟାଙ୍କ ରେ କର୍ମଚାରୀ ଜାଣି,ଶୁଣି କିଛି ତ୍ରୁଟି ବାହାର କରି ଗ୍ରାହକଙ୍କୁ ସୂଚନା ନଦେଇ ଅବା ମୋବାଇଲ ମେସେଜ ନ କରି ବଲାଙ୍ଗୀର ଚେକ ଯିବ ସେଠୁ ଆସିବ କହି ଚେକ ବାଉନସ୍  ଦର୍ଶାଇ ଉଭୟ ପକ୍ଷରୁ ଅର୍ଥ ଆଦାୟ କରି ହଇରାଣ କରିବା ପରି ଗୁରୁତର ଅଭିଯୋଗ ହୋଇ ଆସୁଛି । ଏ ନେଇ କୋଭିଡ-୧୯ ସମୟରେ  ସାଧାରଣ ଗ୍ରାହକ କିପରି ଉପଯୁକ୍ତ ବ୍ୟାଙ୍କ ସେବା ପାଇ ପାରିବେ ସେ ଦିଗରେ ତୁରନ୍ତ ଉଚ୍ଚ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ସହ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବୀ ପ୍ରକାଶ ପାଇଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026
  ଜିଲ୍ଲା  
ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    31-Oct-2026

You Might Also Like