-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jun-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)- କାଳବୈଶାଖିର ପ୍ରଭାବରେ ଉଲୁଣ୍ଡା ଅଂଚଲରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବିଶେଷକରି ଚାଷି ଖଲାରେ ଶୁଖାଇ ଥିବା ଧାନ ଭିଜି ଯାଇ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି । ଆଜି ସଂଧ୍ୟା ସମୟରେ ଝଡତୋଫାନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବ୍ଲକର ବିଭିନ୍ନ ସସ୍ଥାନରେ ଚାଷୀମାନେ ଧାନ ଅମଲ କରି ଖଲାରେ ଶୁଖାଇଥିବା ବେଳେ ବର୍ଷାରେ ଭିଜି ଯାଇ ନଷ୍ଟ ହୋଇଥିବା ଜଣାପଡିଛି । ସେହିପରୀ ଅମଲ ହେବାକୁଥିବା ଧାନ ଧାନକେଣ୍ଡା ପ୍ରବଳ ପବନ ଯୋଗୁଁ ଝଡିଯାଇଥିବା ଦେଖିବାକୁ ମିଲିଛି । ଅନେକ ସ୍ଥାନରେ ପଡିଥିବା ଧାନ ପେଟା ପାଣିରେ ବୁଡିଯାଇଥିବାରୁ ଗଜା ହୋଇଜିବାର ଆଶଙ୍କା କରାଯାଉଛି । ପ୍ରକାଶ ଯେ ଚାଷୀ ଟୋକନ ସମସ୍ୟା ଯୋଗୁଁ ଧାନ ବିକ୍ରି କରିପାରୁନଥିବା ବେଳେ ଅଦିନିଆ ବର୍ଷା ଦାଉ ସାଜୁଛି । ଫଳରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଛି । ଯଥାଶୀଘ୍ର କ୍ଷୟକ୍ଷତିର ଆକଳନ କରି ଚାଷୀକୁ କ୍ଷତିପୁରଣ ଦେବାକୁ ଦାବି ହେଉଛି ।