-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jun-2021
ଉଲୁଣ୍ଡା(ଗୌର ଚନ୍ଦ୍ର ପରିଛା)-କୁକୁର କାମୁଡାରେ ଆହତ ହୋଇଥିବା ଜଣେ ମାନସିକ ବିକୃତଙ୍କୁ ଚିକିତ୍ସା କରାଇ ମାନବିକତା ଦେଖାଇଛନ୍ତି ଉଲୁଣ୍ଡା ବ୍ଲକ ସିଣ୍ଢୋଲ ଗାଁର ସମାଜସେବୀ ନିରଂଜନ ପୁଟେଲ । ପ୍ରକାଶ ଯେ ସିଣ୍ଢୋଲ ଅଂଚଲରେ କିଛି ଦିନ ହେବ ଜଣେ ମାନସିକ ବିକୃତ ଯୁବକ ବୁଲାବୁଲି କରୁଥିଲେ । ତାଙ୍କୁ ଏକ ବୁଲା କୁକୁର କାମୁଡି ଦେଇଥିଲା । ଫଲରେ ତାଙ୍କ ଗୋଡରେ ଗଭିର କ୍ଷତ ହୋଇ ରକ୍ତସ୍ରାବ ହେଉଥିଲା । ଏହି ଘଟଣା ଜାଣିବା ପରେ ନିରଞ୍ଜନ ତାଙ୍କ ଗାଡିରେ ଆହତ ଯୁବକକୁ ସୋନପୁର ଦାକ୍ତରଖାନକୁ ନେଇ ଚିକିତ୍ସା କରାଇଥିଲେ । ବର୍ତମାନ ସେ ସୁସ୍ଥଥିବା ଜଣାପଡିଛି । ନିରଞ୍ଜନଙ୍କ ଏଭଲି ଏକ ମହାନ କାମକୁ ପ୍ରସଂଶା କରାଯାଇଛି ।