-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
30-May-2021
ବିନିକା (ହିମାଂଶୁ ଶେଖର ପଟେଲ) : ଗତ କିଛିଦିନ ତଳେ ପତ୍ନୀଙ୍କ ବିୟୋଗରେ ମାନସିକ ଚାପଗ୍ରସ୍ତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିନିକା ଅଞ୍ଚଳର ବର୍ଷୀୟାନ କଳାକାର ତଥା ପ୍ରସିଦ୍ଧ ସିନେ ଅଭିନେତା ଅଟଳ ବିହାରୀ ପଣ୍ଡା ଆଜି ସୁସ୍ଥ ହେବା ପରେ ମେଡିକାଲରୁ ଡିସ୍ ଚାର୍ଜ ହୋଇଛନ୍ତି l ଶ୍ରୀ ପଣ୍ଡାଙ୍କ ଚିକିତ୍ସା ପାଇଁ ବୁର୍ଲା ଡ଼ାକ୍ତରଖାନାର ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା ଉପରେ ତୀକ୍ଷଣ ନଜର ରଖିଥିଲେ l ଶ୍ରୀ ପଣ୍ଡାଙ୍କ ଆଶୁ ଆରୋଗ୍ୟ ପାଇଁ ବିନିକା,ସୁବର୍ଣ୍ଣପୁର,ତଥା ରାଜ୍ୟର କୋଣଅନୁକୋଣରେ କଳାକାର ପ୍ରେମୀ, ଅଞ୍ଚଳର ଜନସାଧାରଣରେ ପ୍ରାର୍ଥନା କରାଯାଇଥିଲା l ଏବେ ସେ ଭଗବାନଙ୍କ ଆଶୀର୍ବାଦରୁ ସୁସ୍ଥ ହୋଇ ମେଡିକାଲରୁ ଆସିବା ପରେ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l