-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
26-May-2021
ସାଲେପୁର:ବାତ୍ୟା ୟାସ୍ ପାଇଁ ପ୍ରଶାସନ ପୁରା ସଜାଗ ଥିଲାବେଳେ ଏଥିରେ ବାଦପଡିନି ସାଲେପୁର ବ୍ଲକ, ୟାସବାତ୍ୟା ପାଇଁ ସରକାରଛୁଟି ବାତିଲକରି ସମସ୍ତେ ୟାସ୍ ଏବଂ କରୋନା କୁ ମୁକାବିଲା ପାଇଁ ସଜାଗ ରହି ଲୋକମାନଙ୍କର ଯେପରି କ୍ଷତି ନପହଂଚିବ ପ୍ରଶାସନ ସହିତ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ରାତି ଦିନ ଏକକରି ସଜାଗ ରହିଥିଲେ,ଫନୀଭଳି ବାତ୍ୟାରେ ଲୋକଙ୍କସହିତ ରାସ୍ତା ସଫା କରିବା ଲୋକଙ୍କୁ ସେବା ଯୋଗେଇ ଚର୍ଚ୍ଚାକୁ ଆସିଥିଲେ ବନ୍ୟାରେ ଲୋକ ମାନଙ୍କ ଦୁଃଖ ବେଳେ ତାଙ୍କ ପାଖରେ ଥିଲେ ପ୍ରଶାନ୍ତ ବେହେରା ଏବେ ଫୁଣି ୟାସ୍ ବାତ୍ୟାର ମୁକାବିଲା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ଖୋଲି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚେଇବା ସହିତ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ର ଆୟୋଜନ କରିଥିଲେ ଏବଂ ମିର୍ଜାପୁର. ରାଇସୁଙ୍ଗୁଡ଼ା. ପିକୋଳ ନିଜେ ବାଇକ ଯୋଗେ ଏବଂ ଚାଲିଚାଲି ଲୋକ ମାନଙ୍କ ଦୁଃଖ ବୁଝିଥିଲେ ଲୋକଙ୍କୁ ଆସ୍ବାସନା ଦେଇଥିଲେ । ପବନ ବର୍ଷା କମି ଗଲେ ଘରକୁ ଯିବେ ଆଦୋଉଁ ବେସ୍ତ ହୁଅନ୍ତୁ ନାହିଁ, ଏଭଳି କାର୍ଯ୍ୟକୁ ଦେଖି ବୁଦ୍ଧିଯିବି ମହଲରେ ପ୍ରଶଂସା କରାଯାଇଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)u