-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
26-May-2021
ଭଞ୍ଜନଗର (ପ୍ରେରଣା ଖବର ବ୍ୟୁରୋ) :କୋଭିଡ ସଂକ୍ରମଣ କୁ ବ୍ରେକ ଦେବା ପାଇଁ ସରକାର ଲକ ଡାଉଣ, ସଟ ଡାଉନ ଜାରୀ କରିଛନ୍ତି | ଅତ୍ୟାବଶ୍ୟକ ଦୋକାନ ଧାର୍ଯ୍ୟ ସମୟ ମଧ୍ୟରେ ଖୋଲା ରହୁଥିବା ବେଳେ ଅନ୍ୟ ଦୋକାନ ଗୁଡିକ ବନ୍ଦ ପାଇଁ ନିର୍ଦେଷ ରହିଛି | ସରକାରଙ୍କ ନିର୍ଦେଷ କ୍ରମେ ମଦ ଦୋକାନ
ଗୁଡିକ ମଧ୍ୟ ସମ୍ପୂର୍ଣ ବନ୍ଦ ରହିଛି | ଏହାର ଫାଇଦା ନେଇ ଅସାଧୁ ମୁନାଫଖର ବ୍ୟବସାୟୀ ମାନେ ଅଧିକ ଲାଭା ପାଇବା ଆଶାରେ ଚୋରାରେ ମଦ କାରବାର କରୁଥିବା ଦେଖିବାକୁ ମିଳିଛି | ଆଜି ଏପରି ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ଥିବା ଏକ ରେଷ୍ଟରେଣ୍ଟ ରେ | କୌଣସି ସୂତ୍ରରୁ ଖବର ପାଇଁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ ନିର୍ଦେଷ କ୍ରମେ ସ୍ଥାନୀୟ ତହସିଲଦାର ଆଲୋକ କୁମାର ପ୍ରଧାନ ଏବଂ ନୂତନ ଭାବେ ଯୋଗ ଦେଇଥିବା ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ମିଳିତ ଭାବେ ଦଳବଳ ଧରି ରେଷ୍ଟରେଣ୍ଟ ଉପରେ ଅତର୍କିତ ଭାବେ ଚଢାଉ କରିଥିଲେ | ଚଢାଉ ବେଳେ ବିପୁଳ ପରିମାଣର ବିୟର ଏବଂ ବିଦେଶୀ ମଦ ଜବତ କରାଯାଇଛି | ଦୋକାନ ଟିକୁ ଏନ. ଏ. ସି ତରଫରୁ ସିଲ କରାଯାଇଥିବା ବେଳେ ଜବତ ମଦ ଗୁଡିକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି | ଭଞ୍ଜନଗର ଅବକାରୀ ଇନିସ୍ପେକ୍ଟର ପାର୍ଥ ସାରଥୀ ରାଉତ ଙ୍କ କହିବା ଅନୁଯାୟୀ ଜବତ ହେଇଥିବା ମଦର ପରିମାଣ ଯଥାକ୍ରମେ 42 ଲିଟର ବିୟର ଏବଂ 21 ଲିଟର ବିଦେଶୀ ମଦ ରହିଛି ଏବଂ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଇନିସପେକ୍ଟର କହିଛନ୍ତି | ଅସାଧୁ ବ୍ୟବସାୟୀ ମାନେ ଲକ ଡାଉନ ସମୟରେ ପ୍ରଚୁର ଲାଭା ପାଇବା ଆଶାରେ ମାଦକ ଦ୍ରବ୍ୟ କାରବାର ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି, ଯାହାକି ପ୍ରଶାସନ ପାଇଁ ଚେଲେଞ୍ଜ ରହୁଛି |
ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଙ୍କ କହିବା ଅନୁଯାୟୀ ଅସାଧୁ ବ୍ୟବସାୟୀ ମାନଙ୍କ ଉପରେ ଦୃଢ଼ ନଜର ରହିଛି, ଯଦି କୌଣସି ବ୍ୟବସାୟୀ ବା ଲୋକ ବେଆଇନ କାରବାର ରେ ଲିପ୍ତ ରୁହନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି |