-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
25-May-2021
ବଲାଙ୍ଗିର (ପ୍ରେରଣା ଖବର) : କରୋନା ମହାମାରୀ ସମୟରେ ଗୋଟିଏ ପକ୍ଷରେ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଥିବା ବେଳେ କିଛି ଗରିବ ଓ ଅସହାୟ ଲୋକଙ୍କ ପାଇଁ କରୋନା ଦୁର୍ଦଶା ଅନେକ ଆଣି ଦେଇଛି l କରୋନା କାଳ ରେ ଅନେକ ଭୋକିଲା ମଣିଷଙ୍କ ପେଟକୁ ଦାନା ମଧ୍ୟ ଜୁଟୁ ନାହିଁ l ଜିଲ୍ଲାରେ ଥିବା ଏପରି କିଛି ଭୋକିଲା ଙ୍କ ହାଃ ଅନ୍ନ ର ଚିତ୍କାର କୁ ଶୁଣି ପାରିଛନ୍ତି କିଛି ଦରଦି ମଣିଷ ଓ ସାମାଜିକ ଅନୁଷ୍ଠାନ l ଏହି କ୍ରମରେ ଏହି ଭୋକିଲା ମାନଙ୍କ ମୁହଁରେ ହସ ଫୁଟାଇଛନ୍ତି ବଲାଙ୍ଗିର କ୍ଲବ ପଡl ସ୍ଥିତ ବି ଏସ୍ ଏରୋବିକ ଆଣ୍ଡ ଫିଟନେସ ସେଣ୍ଟର l ଏହି ସେଣ୍ଟରର ନିର୍ଦ୍ଦେଶିକା ସ୍ଵlତୀ ପଟ୍ଟନାୟକ ସହରରେ ବୁଲୁଥିବା ଭୋକିଲା ମଣିଷମାନଙ୍କୁ ନିଜ ହାତରୁ ଖର୍ଚ୍ଚ କରି ଖାଇବା ପାଇଁ ଦେଇଛନ୍ତି l ଅନଲାଇନ ଏରୋବିକ ଯୋଗ କ୍ଲାସ ରୁ ଯାହା ଆୟ ହୁଏ ସେ ସେହି ଟଙ୍କାକୁ ଏହି ଭୋକିଲା ମାନଙ୍କ ଖାଦ୍ୟପେୟ ବାବଦକୁ ଖର୍ଚ୍ଚ କରିଥାନ୍ତି l କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜଣେ ମହିଳା ଭବରେ ସ୍ଵlତୀଙ୍କ ଏପରି ମହାନତା ପ୍ରାକୃତରେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ l