-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ଭୁବନେଶ୍ୱର,(ଶୁଭାଶିଷ ନାୟକ): ଠକାମୀର ଶିକାର ହୋଇଥିବା ଜଣେ ବୃଦ୍ଧଙ୍କ ଆକାଉଣ୍ଟକୁ ଫେରିଛି ୪ ଲକ୍ଷ ୯୨ ହଜାର ଟଙ୍କା । ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି ଭୁବନେଶ୍ୱର ସାଇବାର ସେଲ । ରବି ନାରାୟଣ ମିଶ୍ର ନାମକ ଜଣେ ବୟସ୍କ ବ୍ୟକ୍ତିଙ୍କୁ ମୋବାଇଲ ରିଚାର୍ଜ ପାଇଁ କଲ କରି ଆପ ଡାଉନ ଲୋଡ ମାଧ୍ୟମରେ ୫ ଲକ୍ଷ ଟଙ୍କା ଠକେଇ ହୋଇଥିଲା । ଏନେଇ ସେ ସାଇବର ସେଲରେ ସଙ୍ଗେ ସଙ୍ଗେ ଅଭିଯୋଗ କରିଥିଲେ । ଗୋଲଡେନ ଅ।ୱାର ଭିତରେ ଅଭିଯୋଗ ହେବା ପରେ ତଦନ୍ତ କରିଥିଲା ୟୁପିଡ଼ି ଭୁବନେଶ୍ୱରର ସାଇବର ସେଲ । ପରେ ୪ ଲକ୍ଷ ୯୨ହଜାର ଟଙ୍କା ତାଙ୍କ ଆକାଉଣ୍ଟ୍ କୁ ଫେରସ୍ତ କରାଯାଇଛି ।
ସୂଚନା ଅନୁଯାୟୀ, ରବିଙ୍କୁ ପ୍ରଥମେ ସିମ୍ ଭେରିଫକେସନ୍ ପାଇଁ ଗତ ୧୬ ତାରିଖରେ ଏକ କଲ ଆସିଥିଲା । ପରେ ଡକୁ୍ୟମେଣ୍ଟ ଭେରିଫିକେସନ୍ ନ କଲେ ସିମ୍ ବନ୍ଦ ହୋଇଯିବ ବୋଲି କହିଥିଲେ । ସେ ଅଫିସକୁ ଯାଇ ଭେରିଫିକେସନ ପାଇଁ କରିବାକୁ କହିଥିଲେ ମଧ୍ୟ ସାଇବର ଠକ ଅନଲାଇନରେ ଭେରିଫିକେସନ୍ ପାଇଁ କହିଥିଲେ । କରୋନା ସମୟର ଅଫିସକୁ ଆସିବାକୁ ବାରଣ କରାଯାଇଛି ବୋଲି ସାଇବର ଠକ କହିଥିଲେ । ପରେ ତାଙ୍କୁ କୁଇକ୍ ମୋବାଇଲ ସପୋର୍ଟ ଆପ୍ ଡାଉନଲୋଡ କରିବାକୁ କୁହାଯାଇଥିଲା । ଆପ ଡାଉନଲୋଡ କରିବା ପରେ ମେଲ ଆଇଡି ଏବଂ ମୋବାଇଲ ନମ୍ବର ଦେଇ ରେଜିଷ୍ଟ୍ରେସନ କରିଥିଲେ ।
ପରେ ସାଇବର ଠକଙ୍କ କହିବା ମୁତାବକ ସେ ୧୦ ଟଙ୍କା ରିଚାର୍ଜ କରିବାକୁ ଯାଉଥିଲେ । କିନ୍ତୁ ତାଙ୍କର ସନ୍ଦେହ ହେବାରୁ ସେ ଆସିଥିବା ଓଟିପି ନମ୍ବର ସେ ସେୟାର କରି ନ ଥିଲେ । କିନ୍ତୁ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା କଟିଯାଇଥିଲା । ସେ ସଙ୍ଗେ ସଙ୍ଗେ ଅଭିଯୋଗ କରିଥିଲେ । ପରେ ପୁଲିସ ୫ ଦିନ ମଧ୍ୟରେ ୪ ଲକ୍ଷ ୯୨ ହଜାର ଫେରାଇ ଅ୍ରାଣିବାରେ ସକ୍ଷମ ହୋଇଥିଲେ । ତେବେ ଟଙ୍କା ଫେରିବା ପରେ ବୃଦ୍ଧ ଜଣଙ୍କ ପୁଲିସକୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ସ୍ଥିତିରେ କୌଣସି ଠକ କଲ ଅ।ସିଲେ ପୁଲିସକୁ ଜଣାଇବା ସହ ଓଟିପି କିମ୍ବା ବ୍ୟାଙ୍କ ତଥ୍ୟ ନ ଦେବାକୁ ପୋଲି ସ ପରାମର୍ଶ ଦେଇଛି ।