-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2021
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଆଜି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ମହାମାରୀ କରୋନା ଯୋଗୁଁ ହୋଇଥିବା ସପ୍ତାହାନ୍ତ ସଟଡାଉନରେ ଡାକ୍ତରଖାନାମାନଙ୍କରେ ରୋଗୀମାନଙ୍କ ସମ୍ପର୍କୀୟମାନେ ମୁଠେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି । ସମସ୍ତ ଦୋକାନ ବଜାର ସହ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ସେମାନେ ଖାଇବାକୁ ପାଉ ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କେଶରୀୟା ହିନ୍ଦୁ ବାହିନୀ ସୁବର୍ଣ୍ଣପୁର ଶାଖା ପକ୍ଷରୁ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହି ସଂସ୍ଥାର କର୍ମକର୍ତ୍ତାମାନେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରୋଗୀ ଓ ସମ୍ପର୍କୀୟମାନଙ୍କୁ ବାଂଟିଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରତି ସପ୍ତାହାନ୍ତ ସଟଡାଉନ ସମୟରେ କରାଯିବ ଵୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ସୋନପୁର: ବି.ଜେ.ପି କାର୍ଯ୍ୟକର୍ତା ଓ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ସଟ୍ ଡାଉନ ସମୟରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ରୋଗୀଙ୍କ ପରିଜନ ଲୋକଙ୍କୁ ମୁଠିଏ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଏଥିସହିତ ଡାକ୍ତରଖାନାରେ କାର୍ଯ୍ୟାରତ କରୋନା ଜୋଦ୍ଧାମାନଙ୍କୁ ଗରମ ରନ୍ଧା ଖାଦ୍ୟ ଯୋଗାଇଦିଆଯାଇଛି।କେଶରୀଆ ହିନ୍ଦୁ ବାହିନୀର ରାଜ୍ୟସଭାପତି ସନ୍ତୋଷ ଭୋଳ, ବିଜେପିର ବରିଷ୍ଠ ନେତା ଓକିଲ ବଳଦେବ ବେଡ଼ବାକ, କେଶରୀଆ ଜିଲ୍ଲା ସଭାପତି ବ୍ୟାସଦେବ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମିଶ୍ର, ନଗର ସଭାପତି ଶରତ ମହାପାତ୍ର, ଜିଲ୍ଲା ସଦସ୍ୟ ମାନସ ମିଶ୍ର ପ୍ରମୁଖ କୋଭିଡ ପ୍ରଟୋକଲ ପାଳନ ପୂର୍ବକ ଗରମ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ପ୍ରତ୍ୟେକ ଶନିବାର ଓ ରବିବାର ଏହିପରି ଖାଦ୍ୟ ବଣ୍ଟନ କରାଯିବ ବୋଲି ବଲଦେଵ ବେଦବାକ ଓ ବ୍ୟାସଦେବ ମିଶ୍ର ପ୍ରକାଶ କରିଛନ୍ତି।