-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ବଲାଙ୍ଗିର, (ପ୍ରେରଣା ଖବର)- ମାହେଶ୍ୱରୀ ସଂଗଠନ ବଲାଙ୍ଗିରକୁ ଜଗନ୍ନାଥ ସୋସାଇଟି ୟୁକେ ତରଫରୁ ୧୦ ଗୋଟି ପଲ୍ସ ଅକ୍ସିମିଟର ଏବଂ ଥର୍ମାଲ ସ୍କେନର ଜନସାଧାରଣଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ପଠାଇଛନ୍ତି । ଆଜି ଷ୍ଟାଫ ପହଞ୍ôଚବା ପରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ମିଟିଂ ଜରିଆରେ ବିତରଣ କରାଗଲା । ଏହା ସହ ଅମ୍ଲଜାନ ସିଲିଣ୍ଡର ବଣ୍ଟନରେ ସେମାନେ ସହାୟତା ପାଇଁ ପ୍ରତିଷ୍ଠିତ ରଖିଛନ୍ତି ।
ବଲାଙ୍ଗିର ଭଳି ସମ୍ବେଦନଶୀଳ ଜିଲ୍ଲାରେ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ମହାମାରୀ ସମୟରେ ମାହେଶ୍ୱରୀ ସଂଗଠନର ସ୍ୱେଚ୍ଛାସେବୀ ପହଞ୍ôଚ ସେବା ଯୋଗାଉଥିବାରୁ ୟୁକେ ସୋସାଇଟି ତରଫରାୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା ଦେବା ସହ ସହି ସଂଗଠନ ସହ ସବୁଦିନ ପାଇଁ ଯୋଡି ରହିବାର ପ୍ରତିଶୃତି ମଧ୍ୟ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ୟୁକେ ସୋସାଇଟି ତରଫରୁ ଡା. ପ୍ରକାଶ ଦେ, ସୁକାନ୍ତ ସାହୁ ଏବଂ ମାହେଶ୍ୱରୀ ସଂଗଠନର ମେନେଜିଂ ଡାଇରେକ୍ଟର ଅଙ୍କୁଶ ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲଙ୍କ ସହ ଉପଦେଷ୍ଟା ଦିନେଶ ଶର୍ମା, ଲୋଟସ ଷଡଙ୍ଗି, ବ୍ୟାସଦେବ ନନ୍ଦ, ଡା. ଲଳିତ କୁମାର ସାହୁ ଏବଂ ବହୁ ସଦସ୍ୟ ଯୋଡି ଥିଲେ