-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ବାଲିଗୁଡା,(ପ୍ରେରଣା ଖବର ବ୍ୟୁରୋ): କୋଭିଡ଼ ଭଳି ମହାମାରୀ ସମୟରେ ଦେଖାଦେଇଛି ନକଲି ଡାକ୍ତରଙ୍କ ପ୍ରାଦୃଭାବ ଡାକ୍ତରୀ ପାଠ ନପଢ଼ି କିମ୍ବା ଫାର୍ମାସି ନକରି ଲୋକଙ୍କୁ କରୁଛନ୍ତି ଚିକିତ୍ସା । ଏଭଳି ଭୁଲ୍ ଚିକିତ୍ସା ଯୋଗୁଁ ଅନେକ ସମୟରେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏଭଳି ଏକ କ୍ବାକ କ୍ଲିନିକକୁ ସିଲ କରିଛି ଦାରିଙ୍ଗବାଡ଼ି ପ୍ରଶାସନ । ଦାରିଙ୍ଗବାଡ଼ି ବ୍ଲକ ରୋଡ ପାର୍ଶ୍ଵ ରେ ରହିଥିବା ଏକ କ୍ବାକ କ୍ଲିନିକ ଉପରେ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ,ଥାନା ଅଧିକାରୀ କୌଶିକ ମାଝୀ, ମେଡ଼ିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ପ୍ରମୁଖ ମିଳିତ ଚଢ଼ାଉ କରି କ୍ଲିନିକକୁ ସିଲ କରିଥିବା ଦେଖିବାକୁ ମିଳିଛି । ଉକ୍ତ କ୍ଲିନିକରେ ଲୋକଙ୍କୁ ଜ୍ଵର ,ଥଣ୍ଡା କିମ୍ବା କାଶ ହେଲେ କୋଭିଡ଼ ଟେଷ୍ଟ କରାଇବାକୁ କହିବା ପରିବର୍ତ୍ତେ ନିଜ କ୍ଲିନିକରେ ମନଇଛା ରୋଗୀଙ୍କୁ ମାରୁମାରୁ ମହାପାତ୍ର ଭଳି ସାଲାଇନ,ମେଡ଼ିସିନ ଦେଇ ଲୋକଙ୍କୁ ଚିକିତ୍ସା କରୁଥିଲେ ।
ଏପରିକି ଉକ୍ତ କ୍ଲିନିକରେ ଚିକିତ୍ସା କରୁଥିବା କ୍ବାକ କୌଣସି ଡାକ୍ତର ପାଠ କିମ୍ବା ଫାର୍ମାସି କରିନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଉକ୍ତ କ୍ୱାକ ଜଣକ ହେଲେ ପଶ୍ଚିମବଙ୍ଗ ଅଞ୍ଚଳ ର ପ୍ରସିତ ସମାଜ ପାତ୍ର । ଏପରିକି କୌଣସି ଲାଇସେନ୍ସ ମଧ୍ୟ ନଥିବା ମେଡିକାଲ ଇନଚାର୍ଜ ଜାକେଶ ସାମନ୍ତରାୟ ସୂଚନା ଦେଇଛନ୍ତି । ଏହି କ୍ଲିନିକକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସିଲ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ସାହୁ,ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରି ପ୍ରମୁଖ ସାମିଲ ଥିଲେ ।