-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) :ଆସନ୍ତା 23 ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ତାହା ଆଗାମୀ 25 ତାରିଖ ବେଳକୁ ବାତ୍ୟାର ରୁପ ନେବ ବୋଲି ସୂଚନା ଆସୁଛି । ତେବେ ଏହାର ସ୍ୱରୂପ କଣ ରହିବ ତାହା ସ୍ପଷ୍ଟ ହୋଇ ନାହିଁ । ଆଗାମୀ 26 ତାରିଖ ବେଳକୁ ତାହା ଉତ୍ତର ମୁହାଁ ହୋଇ ସ୍ଥଳ ଭାଗ ଛୁଇଁବ । କିନ୍ତୁ କେଉଁଠି ଛୁଇଁବ ତାହା ସ୍ପଷ୍ଟ ହୋଇ ନାହିଁ । ବିଭିନ୍ନ ମଡେଲର ପୂର୍ବାନୁମାନ ନେଇ କେବଳ ଆକଳନ କରାଯାଉଛି । ମାତ୍ର ଭାରତୀୟ ପାଣିପାଗ ବିଭାଗର ଆକଲନ ସବୁବେଳେ ଠିକ ହୁଏ । ତେଣୁ ସମସ୍ତଙ୍କୁ ଅନୁରୋଧ କରୁଛି ବାତ୍ୟା ର ଦିଗ, ଲ୍ୟାଣ୍ଡ ଫଲକୁ ନେଇ କୌଣସି ଦ୍ଵନ୍ଦ ସୃଷ୍ଟି ନ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଆମେ ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛୁ । ଫାୟର,ଏନଡ଼ିଆରଫ, ଓଡ୍ରାଫ ଟିମକୁ କେଉଁ କେଉଁ ସ୍ଥାନକୁ କେତେଟି ଟିମ ପଠାଯିବ ତାହାର ପ୍ଲାନ ପ୍ରସ୍ତୁତ ହେଇଛି ।
ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଓ ଅନ୍ୟ ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କୁହାଯାଇଛି । ଆଜି ବିଭିନ୍ନ ବିଭାଗ ସହ ବୈଠକ କରି ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେମାନେ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପଂଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପାନୀୟ ଜଳ ଉପରେ ପ୍ରସ୍ତୁତି ସହ ଟ୍ୟାଙ୍କର ଆବଶ୍ୟକତା ନେଇ ପ୍ଲାନିଂ କରିବାକୁ କୁହାଯାଇଛି । ସେହିପରି ବିଜୁଳି ବିଭାଗ ପକ୍ଷରୁ କେତେ ମ୍ୟାନ ପାୱାର ଓ କେତେ ଇକ୍ୟୁମେଣ୍ଟ ଲାଗିବ ତାକୁ ସଜାଗ ରଖିବା ପାଇଁ କୁହାଯାଇଛି । ପୂର୍ତ୍ତ ବିଭାଗକୁ କୁହାଯାଇଛି ବାତ୍ୟା ପରେ କିପରି ତୁରନ୍ତ ରାସ୍ତା ସଫା କରିବା ସହ ଗଛ କାଟିବା ପାଇଁ କୁହାଯାଇଛି । ମତ୍ସ୍ୟ ଓ ପଶୁ ସଂପଦ ବିଭାଗକୁ କୁହାଯାଇଛି ଯେଉଁ ମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଓ ଅନ୍ୟ ମାନେ କିପରି ଭିତରକୁ ନ ଯିବେ ସେମାନଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଇବେ । ବିଭିନ୍ନ ମଡେଲର ଆକଳନକୁ ନେଇ ଯେଉଁ ଖବର ପ୍ରସାରଣ କରାଯାଉଛି ତାହା ଦ୍ୱାରା ବଜାରରେ ବ୍ଲାକ ମାର୍କେଟିଂ ବଢ଼ୁଛି । ତେଣୁ ଭାରତୀୟ ପାଣିପାଗ ବିଭାଗର ଆକଳନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ ।