-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡରୁ ପୁଣି ଏକ ବ୍ରଜକାପ୍ତା ଉଦ୍ଧାର ହୋଇଛି। ଆଠଗଡ଼ ବନଖଣ୍ଡରେ ବ୍ରଜକାପ୍ତା ଚୋରା ଚାଲାଣ ରାକେଟ ସକ୍ରିୟ ଥିବା ତଥା ଏକାଧିକ ଚଢ଼ାଉ ଫଳରେ ଏହି କାରବାରରେ ସଂପୃକ୍ତ ବହୁ ଅପରାଧୀଙ୍କୁ ଗିରଫ କରିବାରେ ଆଠଗଡ଼ ବନ ବିଭାଗ ସଫଳତା ହାସଲ କରି ସାରା ରାଜ୍ୟରେ ଚର୍ଚ୍ଚାରେ ଥିଲା। ଗତ କାଲି ବିଳମ୍ବିତ ରାତିରେ ବଡମ୍ବା ରେଂଜ ପକ୍ଷରୁ ଏକ ବ୍ରଜକାପ୍ତା ଉଦ୍ଧାର ହୋଇଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଗତକାଲି ରାତିରେ ବଡମ୍ବା ରେଂଜ ଅନ୍ତର୍ଗତ ଗୋପପୁର ଫରେଷ୍ଟର ବେଲିଆପାଳ ଷ୍ଟୁଣ୍ତେଟ କ୍ଲବ ନିକଟ ପଡିଆରେ ଏକ ବ୍ରଜକାପ୍ତାକୁ ଦେଖି କ୍ଲବ ସଦସ୍ୟ ମାନେ ବନ ବିଭାଗକୁ ଖବର ଦେଇଥିଲେ।
ଖବର ପାଇଁ ବଡମ୍ବା ରେଂଜ ଅଫିସର ସରୋଜ କୁମାର ମହାନ୍ତି, ଗୋପପୁର ଫରେଷ୍ଟର ମହେଶ୍ବର ପ୍ରଧାନ, ସବିତା ପ୍ରଧାନ, ତନ୍ମୟ ବେହେରା ପ୍ରମୁଖ ବନ ବିଭାଗ କର୍ମଚାରୀ ପହଞ୍ଚି ବ୍ରଜକାପ୍ତାକୁ ଉଦ୍ଧାର କରିଥିଲେ। ଆଜି ବ୍ରଜକାପ୍ତାର ମାଣିଆବନ୍ଧ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ସୁସ୍ଥ ଥିବାରୁ ବନ ବିଭାଗ ପକ୍ଷରୁ ହଳଦିଆସେଣୀ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିବା ନେଇ ଆଠଗଡ଼ ଡିଏଫ ଓ ସୁଦର୍ଶନ ଗୋପୀନାଥ ୟାଦବ ସୂଚନା ଦେଇଛନ୍ତି। ସଂପୃକ୍ତ ପୁରୁଷ ବ୍ରଜକାପ୍ତାର ଓଜନ ୩.୭ କେଜି ହେବ ବୋଲି ଜଣାପଡିଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)