-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
17-May-2021
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ହୀରାକୁଦର ପୁରୁଣା ଏନ୍.ଏ.ସି. ଅଫିସ ଠାରେ କୋଭିଡ୍ ମହାମାରୀରେ କାମ କରୁଥିବା କିଛି ସ୍ବେଚ୍ଛାସେବୀ (କୋଭିଡ୍ ସଚେତକ) ଙ୍କର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମ ହୀରାକୁଦ ଅଞ୍ଚଳର ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ୍ ପ୍ରଭାତ ରଞ୍ଜନ ବିଶ୍ବାଳ ନେତୃତ୍ବରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସଦର ଉପ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ (ଆଇ.ଏ.ଏସ୍.), ଆଶୁତୋଷ କୁଲକର୍ଣ୍ଣି (ଓ.ଏ.ଏସ୍), ଅଭିଷେକ ସାହୁ (ସେକ୍ଟର୍ ଅଫିସର୍), କିଶୋର ପ୍ରଧାନ ତଥା ୱର୍ଡ ନଂ.୮, ୯, ୧୦, ୧୧, ୧୨ର ୱାର୍ଡ ଅଫିସର ମାନଙ୍କ ଉପସ୍ଥିତିରେ କୋଭିଡ୍ ସଚେତକଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜନସାଧାରଣଙ୍କ ଦ୍ବାରା ବହୁ ପ୍ରଶଂସିତ ହୋଇଥିବା ବେଳେ ସ୍ବେଚ୍ଛାସେବୀଙ୍କ ମନୋବଳ ବୃଦ୍ଧି କରିବାରେ ଏହା ସହାୟକ ହେବ I