-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ରାଜ୍ୟ

ରାଜ୍ୟରେ ଅଫିସର ଅଭାବ ଜଳଜଳ କେନ୍ଦ୍ରୀୟ ସେବାରୁ ଡେପୁଟେସନରେ ଆଣିବାକୁ ବିଜ୍ଞାପନ ଦେଲେ ସରକାର ଆଇଏଏସ୍ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ରର ଟାଳଟୁଳ ନୀତି ଆଇଏଏସ୍ ପଦୋନ୍ନତି କୋଟାକୁ ୫୦% କରାଯାଉ

17-May-2021



ଭୁବନେଶ୍ବର(ପ୍ରେରଣା ଖବର ବ୍ୟୁରୋ) ଜଣେ ଜଣେ ଆଇଏଏସ୍ ଅଫିସରଙ୍କ ହାତରେ ଏକାଧିକ ଦାୟିତ୍ବ। ସ୍ଥିତି ଏତେ ଗମ୍ଭୀର ଯେ ରାଜ୍ୟରେ ଆଇପିଏସ୍ ଅଫିସର ଅଭାବ ଥାଇ ବି ପାଖାପାଖି ୬ଜଣ ବରିଷ୍ଠ ଅଧିକାରୀ ଏବେ ଅଣକ୍ୟାଡ଼ରରେ କାମ କରୁଛନ୍ତି। ଏକାଧିକ ଆଇଏଫ୍‌ଏସ୍ ଅଧିକାରୀ ମଧ୍ୟ ଜଙ୍ଗଲ ସେବା ଛାଡ଼ି ଏବେ ଆଇଏଏସ୍ ଅଫିସରଙ୍କ ଚୌକି ମାଡ଼ିବସିଲେଣି। ତଥାପି ଅଫିସରଙ୍କ ଅଭାବ ସମାଧାନ ହୋଇପାରିନାହିଁ। ଏଭଳି ପରିସ୍ଥିତିକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାର ପୁଣି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ସର୍ବଭାରତୀୟ ବା କେନ୍ଦ୍ରୀୟ ସେବାରେ ଥିବା ଅନ୍ୟ କ୍ୟା଼ଡରର ଅଫିସରଙ୍କୁ ଡେପୁଟେସନ୍‌ରେ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ କେନ୍ଦ୍ରୀୟ ସେବାରେ ଥିବା ଅଣକ୍ୟାଡର ଅଧିକାରୀମାନେ ଚାହିଁଲେ, ୩ରୁ ୫ବର୍ଷ ପର୍ଯ୍ୟନ୍ତ ଓଡ଼ିଶାକୁ ଡେପୁଟେସନରେ ଆସିପାରିବେ। ଯେଉଁ ଅଧିକାରୀ ଆଗ୍ରହୀ, ସେମାନଙ୍କୁ ଜୁନ୍ ୧୬ ତାରିଖ ମଧ୍ୟରେ ଆବେଦନ କରିବା ଲାଗି କୁହାଯାଇଛି। ଏହି ପ୍ରସଙ୍ଗ ଏବେ ପ୍ରଶାସନିକ ଅଧିକାରୀସ୍ତରରେ ଚର୍ଚ୍ଚାର ବିଷୟ ହୋଇଛି।

ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତବର୍ଷ ମଧ୍ୟ ରାଜ୍ୟ ସରକାର ଏଭଳି ବିଜ୍ଞାପନ ପ୍ରକାଶ କରିଥିଲେ। ୩ଜଣ ଅଧିକାରୀଙ୍କୁ ଡେପୁଟେସନରେ ଆଣିବା ଲାଗି ଚେଷ୍ଟା କରାଯାଇଥିଲା। ମାତ୍ର ସେମାନଙ୍କ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇନଥିଲେ। ଫଳରେ ଏହା ସଫଳ ହୋଇପାରିନଥିଲା। ପୂର୍ବରୁ ମଧ୍ୟ ବିଭିନ୍ନ କେନ୍ଦ୍ରୀୟ ସେବାରୁ ଓଡ଼ିଶା ଅଧିକାରୀ ଆସିଛନ୍ତି। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଯେତିକି ସୁଫଳ ମିଳିବା କଥା ତାହା ପରିଲକ୍ଷିତ ହେଉନଥିବା ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି।

କିଛି ପୂର୍ବତନ ପ୍ରଶାସକମାନଙ୍କର ମତ ହେଉଛି ଯେ ରାଜ୍ୟ ସରକାର ଯେଉଁ ଧାରାରେ ଯାଉଛନ୍ତି, ଏହା ସ୍ଥାୟୀ ସମାଧାନର ରାସ୍ତା ନୁହେଁ। ବରଂ ସରକାର ରାଜ୍ୟ କ୍ୟାଡ଼ରର ଅଧିକାରୀମାନଙ୍କୁ ବିଶ୍ବାସକୁ ନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବିରେ ଅବସ୍ଥାପିତ କରିବା କଥା ଓ ସେମାନଙ୍କ ଅଭିଜ୍ଞତାର ପୂରା ଫାଇଦା ଉଠାଇବା ଆବଶ୍ୟକ। ଯଦି ଜିଲ୍ଲାପାଳ ପଦବିରେ କୌଣସି ଅଧିକାରୀ ଭଲ ପ୍ରଦର୍ଶନ କରୁଛନ୍ତି, ତେବେ ନିର୍ଦେଶକ କିମ୍ବା ସଚିବ ପଦରେ ସେମାନଙ୍କୁ ଅବସ୍ଥାପିତ କରିବାରେ ବାଧା କେଉଁଠି? ଏମିତିରେ ରାଜ୍ୟର ଭୌଗୋଳିକ ସ୍ଥିତି ଓ ରାଜନୈତିକ ଚିତ୍ର ତଥା ସମସ୍ୟା ସଂପର୍କରେ ସେମାନେ ବେଶି ଭଲ ଭାବେ ଜାଣନ୍ତି। ଅତୀତରେ ବିଜୁ ବାବୁ ଏକଥାକୁ ଉପଲବ୍ଧି କରି ଆଠଟି ଜିଲ୍ଲାପାଳ ପଦବି ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଇଁ ସଂରକ୍ଷିତ କରିଥିଲେ। ତାଙ୍କର ଏ ପରୀକ୍ଷା ସଫଳ ହୋଇଛି। କେବଳ ଓଡ଼ିଶା ନୁହେଁ, ଅଧିକାଂଶ ରାଜ୍ୟ ଏବେ ନିଜ ପ୍ରାଦେଶିକ ସେବା ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ ପଦବିରେ ଅବସ୍ଥାପିତ କରି ସଫଳ ହେଉଛନ୍ତି।

ଗତ କିଛି ବର୍ଷହେଲା ଅଫିସର ସଙ୍କଟ ଅତି ଉତ୍କଟ ଅବସ୍ଥାରେ ପହଞ୍ଚିଛି। ରାଜ୍ୟ ସରକାର ବାରମ୍ବାର ଏ ପ୍ରସଙ୍ଗଟି କେନ୍ଦ୍ର ସାମ୍ନାରେ ରଖୁଛନ୍ତି। ଓଡ଼ିଶା ପାଇଁ ଅନ୍ୟୂନ ଦଶଟି ଆଇଏଏସ୍ ପଦବି ପୂରଣ ପାଇଁ ଅନୁରୋଧ କରାଯାଉଛି। ହେଲେ ଦେଖାଯାଉଛି, କେନ୍ଦ୍ର ସରକାର ଏହି ସଂଖ୍ୟାକୁ ଚାରିରୁ ଛଅ ମଧ୍ୟରେ ସୀମିତ କରି ରଖୁଛନ୍ତି। ମୁଖ୍ୟମନ୍ତ୍ରୀ ବା ମୁଖ୍ୟସଚିବଙ୍କ ଅନୁରୋଧକୁ କେନ୍ଦ୍ର ସରକାର ଯେଭଳି ଗୁରୁତ୍ବ ଦେବା କଥା ତାହା ପରିଲକ୍ଷିତ ହେଉନାହିଁ। ଏକଥା ଆମ ସାଂସଦମାନେ ମଧ୍ୟ ସଂସଦରେ ଯେଭଳି ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରିବା ତଥା ତାହା ଦେଖାଯାଉନାହିଁ।

ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି ଯେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ କେନ୍ଦ୍ରରେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ ସରକାରରେ ମାର୍ଗାରେଟ ଆଲ୍‌ଭା କାର୍ମିକ ମନ୍ତ୍ରାଳୟ ଦାୟିତ୍ବରେ ଥିଲେ। ସେବେ ଏକ ଆଲୋଚନା ବେଳେ ବିଜୁ ବାବୁ ଆଇଏଏସ୍‌ରେ ପଦୋନ୍ନତି କୋଟାକୁ ୫୦ ପ୍ରତିଶତ କରିବାକୁ ଏକ ମୌଖିକ ପ୍ରସ୍ତାବ ଦେଇଥିଲେ। କେବଳ ସେତିକି ନୁହେଁ, ପ୍ରାଦେଶିକ ଅଧିକାରୀମାନଙ୍କ ଉପଯୋଗକୁ ବି ଗୁରୁତ୍ବ ଦେଇଥିଲେ। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟ କ୍ୟାଡରରୁ ଅଧିକାରୀ ଆଣିବା ଅପେକ୍ଷା ଏ କ୍ଷେତ୍ରରେ ଦେଶରେ ନେତୃତ୍ବ ନେବାର ବେଳ ଆସିଛି। ଅନ୍ୟ ରାଜ୍ୟମାନେ ମଧ୍ୟ ନିଶ୍ଚିତ ଭାବେ ଓଡ଼ିଶାର ଦାବିକୁ ସମର୍ଥନ କରିବେ। ରାଜ୍ୟ ସରକାର ଏଭଳି ସ୍ବଳ୍ପ ମିଆଦୀ କାର୍ଯ୍ୟକ୍ରମରୁ ଓହରି ଏକ ଦୀର୍ଘମିଆଦୀ ପଦକ୍ଷେପ ହାତକୁ ନେବା ଲାଗି ଅଧିକାରୀମାନେ ମତ ରଖିଛନ୍ତି।

ପୂର୍ବତନ ମୁଖ୍ୟଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି ଯେ ଏହି ସମସ୍ୟାକୁ ରାତାରାତି ସମାଧାନ କରାଯାଇପାରିବ ନାହିଁ। ବରଂ ପ୍ରତିବର୍ଷ ଛଅ ଜଣ ସିଧାସଳଖ ଆଇଏଏସ୍ ଅଫିସରଙ୍କୁ କେନ୍ଦ୍ର ଦେଲେ, କିଛି ବର୍ଷ ପରେ ସ୍ଥିତିରେ ସୁଧାର ଆସିବ। ସେ ଯାଏ ସରକାର କେନ୍ଦ୍ରୀୟ ଡେପୁଟେସନ୍ ସଂପର୍କରେ ଭାବିଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ। ଦ୍ବିତୀୟତଃ ରାଜ୍ୟ କ୍ୟାଡ଼ର ବା ରାଜ୍ୟ ଅଣକ୍ୟାଡ଼ରଙ୍କୁ ପଦୋନ୍ନତି ଦେବା କ୍ଷେତ୍ରରେ ଟିକିଏ ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବା ଉଚିତ୍। ଏହା ମଧ୍ୟ କିଛି ପରିମାଣରେ ସହାୟକ ହେବ।

ଉଲ୍ଲେଖଥାଉକି, ଓଡ଼ିଶାରେ ୨୪୮ଟି ମଞ୍ଜୁରିପ୍ରାପ୍ତ ଆଇଏଏସ୍ ଅଫିସର ପଦବି ରହିଛି। ଏ ମଧ୍ୟରୁ ୧୭୩ଟି ପ୍ରତ୍ୟକ୍ଷ ନିଯୁକ୍ତି ବା ସିଧାସଳଖ ଆଇଏଏସ୍ ପାଇ ନିଯୁକ୍ତି ପାଇବେ। ବାକି ୬୪ଟି ରାଜ୍ୟ ପ୍ରଶାସନିକ ସେବା ଓ ୧୧ଟି ଅଣ ରାଜ୍ୟ ପ୍ରଶାସନିକ ସେବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ଆଜି ଦିନର ସ୍ଥିତି ହେଉଛି, ଆମ ପାଖରେ ୧୩୯ଜଣ ସିଧାସଳଖ ଆଇଏଏସ୍ ପାଇଥିବା ଅଫିସର ଅଛନ୍ତି ଓ ଏକ୍ଷେତ୍ରରେ ୩୪ଟି ପଦବି ଖାଲି ରହିଛି। ସେହିଭଳି ରାଜ୍ୟ ପ୍ରଶାସନିକ କ୍ୟାଡର କ୍ଷେତ୍ରରେ ୨୭ଟି ପଦବି ପୂରଣ ହୋଇଥିବା ବେଳେ ୩୭ଟି ଖାଲି ପଡ଼ିଛି ଏବଂ ଅଣ ରାଜ୍ୟ ପ୍ରଶାସନିକ କ୍ୟାଡରରେ ୬ଜଣ ବିଭିନ୍ନ ପଦବିରେ କାର୍ଯ୍ୟ କରୁଛନ୍ତି ଏବଂ ୫ଟି ଖାଲି ରହିଛି। ନିୟମ ଅନୁସାରେ, ଆଇଏଏସ୍ ଅଫିସରମାନଙ୍କ ମଧ୍ୟରୁ ସର୍ବାଧିକ ୪୦ ପ୍ରତିଶତ କେନ୍ଦ୍ରୀୟ ଡେପୁଟେସନରେ ଯିବା କଥା। ଓଡ଼ିଶା ଲାଗି କେନ୍ଦ୍ର ସରକାର ଏହି ସଂଖ୍ୟା ୫୪ ଧାର୍ଯ୍ୟ କରିଛନ୍ତି। ହେଲେ ଓଡ଼ିଶାର ମାତ୍ର ୨୫ ଜଣ କେନ୍ଦ୍ରୀୟ ଡେପୁଟେସନରେ ଏବଂ ଦୁଇ ଜଣ ଅନ୍ୟରାଜ୍ୟକୁ ଡେପୁଟେସନରେ ଯାଇଛନ୍ତି। ନା କେନ୍ଦ୍ରକୁ ଡେପୁଟେସନ୍‌ ପଠାଇ ଅଭିଜ୍ଞ ଅଧିକାରୀ ସୃଷ୍ଟି କରିବାରେ ଓଡ଼ିଶା ସଫଳ ହେଉଛି ନା ନିଜ ରାଜ୍ୟର ଅଭାବକୁ ପୂରଣ କରିପାରୁଛି। 


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like