-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
16-May-2021
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ବାପାଙ୍କ ଶୁଦ୍ଧିକ୍ରିୟା ବଦଳରେ ନିଜ ଦୋକାନରୁ ମାଗଣାରେ ଔଷଧ ଦେଲେ ଯୁବକ । କରୋନା ମହାମାରୀ ସମୟରେ ମାନବିକତାର ପରିଚୟ ଦେଲେ ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ପରମାନପୁର ଜାମପାଲି ଗ୍ରାମ ର ଅକ୍ଷୟ କୁମାର ନାୟକ । ଜାମପାଲି ଗାଁର ଅକ୍ଷୟ ଙ୍କ ବାପା ଗଣେଶ ନାଏକଙ୍କ ଗତ ୧୨ ତାରିଖରେ ହୃତଘାତ ରେ ଦେହାନ୍ତ ହୋଇଥିଲା । ରାଜ୍ୟରେ କରୋନା ମହାମାରୀ ଓ କଟକଣାକୁ ଦେଖି ଶୁଦ୍ଧିକ୍ରିୟା ନକରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅକ୍ଷୟ । ଶୁଦ୍ଧିକ୍ରିୟା ପରିବର୍ତ୍ତେ ପରମାଣପୁର ଛକରେ ଥିବା ନିଜର ଔଷଧ ଦୋକାନରୁ ଗରିବ ଲୋକଙ୍କୁ ମାଗଣାରେ ଔଷଧ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି । ୧୪ ତାରିଖ ରୁ ବାପାଙ୍କ ଏକାଦଶ, ଅର୍ଥାତ ମେ ୨୪ ତାରିଖ ପର୍ଯ୍ୟନ୍ତ ମାଗଣାରେ ଔଷଧ ଦେବେ ବୋଲି କହିଛନ୍ତି । ମାଗଣାରେ ୧୦ ଔଷଧ ଦେବା ନେଇ ସେ ବ୍ୟାନର ମାଧ୍ୟରେ ନିଜ ଦୋକାନ ଆଗରେ ଅବଗତ କରାଇଛନ୍ତି । ଔଷଧ ପାଇଁ ଲୋକଙ୍କ ସଂଖ୍ୟା ବଢୁଥିବାବେଳେ ଏଥିପାଇଁ ଅକ୍ଷୟଙ୍କ ପ୍ରଶଂସା କରିଛନ୍ତି ଲୋକେ ।