-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
ଭୁବନେଶ୍ୱର, (ଶୁଭାଶିଷ ନାୟକ): ଅମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଏଣିକି ବିନା ପାସରେ ଆଉ ବୁଲି ପାରିବେନି କୌଣସି ବ୍ୟକ୍ତି । ଅଫିସ୍ ଆଳ ଦେଖାଇ ଯେଉଁ ଅମାନିଆମାନେ ରାଜଧାନୀରେ ମନ ଇଚ୍ଛା ବୁଲୁଥିଲେ ସେମାନଙ୍କ ଉପରେ ରୋକ ଲଗାଇବା ପାଇଁ ନୂଆ ପଦକ୍ଷେପ ନେଇଛି କମିଶନରେଟ ପୋଲିସ । ସବୁ ଘରୋଇ ଅଫିସ୍ କର୍ମଚାରୀ ଏଣିକି ଇ-ପାସ୍ ଦେଖାଇଲେ ଅଫିସ୍ ଯାଇପାରିବେ ବୋଲି କୁହାଯାଇଛି । ଇ-ପାସ୍ ନଥିଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
-ପାସ ପାଇବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଟୁଇନ ସିଟିରେ କାର୍ଯ୍ୟରତ ଘରୋଇ କଂପାନୀ କର୍ମଚାରୀଙ୍କ ପାଇଁ ଏହି ପାସ୍ ବ୍ୟବସ୍ଥା କରାଯାଇଛି । ଅନଲାଇନ ମାଧ୍ୟମରେ ଇ-ପରମିଶନ ଜରିଆରେ ହେବ ଆବେଦନ । ନିର୍ଦ୍ଧିଷ୍ଟ କେତେ ସଂଖ୍ୟାକ କର୍ମଚାରୀଙ୍କୁ କାମ ପାଇଁ ଅନୁମତି ଦିଆଯିବ । ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ ଅଫିସ ଯାଇପାରିବେ କର୍ମଚାରୀ ।
ଘରୋଇ ସଂସ୍ଥାଗୁଡ଼ିକରେ କୋଭିଡ-୧୯ ଗାଇଡ୍ ଲାଇନ୍ ସଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ତାହା ଉପରେ ଯାଞ୍ଚ କରାଯିବ । ସେନେଇ ଯାଞ୍ଚ କରିବାକୁ ଅତର୍କିତ ଭାବେ ଚଢ଼ାଉ କରିପାରିବ କମିଶନରେଟ ପୋଲିସ । ଯେକୌଣସି ଘରୋଇ ଅଫିସରେ ପଶି ଯାଞ୍ଚ କରିପାରିବ ପୋଲିସ । ଏହା ସହ ଯଦି ଗାଇଡ୍ ଲାଇନ୍ ଉଲଂଘନ ହୋଇଥିବା ନେଇ ପ୍ରମାଣ ମିଳେ ତେବେ ଉକ୍ତ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି