-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
ସମ୍ବଲପୁର(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ରାଜ୍ୟରେ ଲକ୍ଡାଉନ୍ ଜାରି ରହିଥିବା ବେଳେ ଶନିବାର ଓ ରବିବାର ୨ ଦିନ ଧରି ସପ୍ତାହନ୍ତ ସଟ୍ ଡାଉନ୍ କୁ ଦୃଷ୍ଟି ରେ ରଖି ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ସେବା’ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି I ଏହି ମର୍ମରେ ଆଜି "ସେବା" ର ଅଧକ୍ଷ ଅମର ତାଣ୍ଡିଆଙ୍କ ନେତୃତ୍ୱରେ ସ୍ଥାନୀୟ ଫାଟକ ରେଳ ଷ୍ଟେସନ ଏବଂ ଅଇଁଠାପାଲି ସ୍ଥିତ ଘରୋଇ ବସ ଷ୍ଟେସନ ଅଂଚଳ ରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା I "ସେବା" ଅନୁଷ୍ଠାନ ର ଆଜିକାର ଏହି ସେବା କାର୍ଯ୍ୟକ୍ରମରେ ଅମିତ ଅଗ୍ରୱାଲ, ପ୍ରମୋଦ କୁମାର ସେଠ୍, ଦିବସ ନାୟକ, ଶୁଭମ ସାହୁ, ବିଶ୍ୱଜିତ ରାଉତ, ଚପଳା ବେହେରା, ସୁପ୍ରିତ ନାୟକ, ସରୋଜ ସାହୁ ପ୍ରମୁଖ ସାମିଲ ଥିଲେ I