-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
କୋଲ୍କାତା: କରୋନାଭାଇରସ୍ ସଂକ୍ରମଣ ଦ୍ରୁତ ବଗେରେ ବୃଦ୍ଧି ପାଇବା କାରଣରୁ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ମେ ୧୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରିଛନ୍ତି।
ଆସନ୍ତାକାଲି ରବିବାର ସକାଳ ୬ଟାରୁ ଏହି ଲକ୍ଡାଉନ୍ ଆରମ୍ଭ ହେବ।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସର୍ବାଧିକ ଦୈନିକ ସଂକ୍ରମଣ ୨୦,୮୪୬ ରିପୋର୍ଟ କରିଥିଲା। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସଙ୍କ୍ରମଣ ସଂଖ୍ୟା ୧୦,୯୪,୮୦୨ରେ ପହଞ୍ଚିଥିବା କଥା ସ୍ବାସ୍ଥ୍ୟ ବିଭାଗ ବୁଲେଟିନ୍ରେ ଉଲ୍ଲେଖ କରାଯାଇଛି।
ସେହିପରି, ରାଜ୍ୟରେ ୧୩୬ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହେବାରୁ କୋଭିଡ୍-୧୯ଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୧୨,୯୯୩ରେ ପହଞ୍ଚିଥିବା କଥା ଉକ୍ତ ବୁଲେଟିନ୍ରେ ଉଲ୍ଲେଖ ଅଛି।
ମହାମାରୀ ପରିସ୍ଥିତି ଯୋଗୁଁ ରାଜ୍ୟ ସରକାର ସମସ୍ତ ଘରୋଇ ଅଫିସ୍, ସ୍କୁଲ୍ ଓ କଲେଜ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି।
କିନ୍ତୁ, ପନିପରିବା, ଫଳ, ଦୁଗ୍ଧ ଏବଂ ପାଉଁରୁଟି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ବଜାର ସବୁ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ।
ଏହଛଡ଼ା, ଲୋକାଲ୍ ଟ୍ରେନ୍, ମେଟ୍ରୋ ଏବଂ ଆନ୍ତଃ-ରାଜ୍ୟ ବସ୍/ଟ୍ରେନ୍ ସେବା ମଧ୍ୟ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।