-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
ନୂଆଦିଲ୍ଲୀ(ପ୍ରେରଣା ଖବର ବ୍ୟୁରୋ) : ପ୍ରଥମ ଡୋଜ୍ ଟିକା ନେବାର କେତେଦିନ ପରେ ନେବେ ଦ୍ୱିତୀୟ ଡୋଜ୍ । ଏହାକୁ ନେଇ ଏକ ବଡ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଗତ ଗୁରୁବାର କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବାର ୧୨ରୁ ୧୮ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାପାଇଁ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି ଭାରତ ସରକାର । ପୂର୍ବରୁ ଏଥିପାଇଁ ୬ରୁ ୮ ସପ୍ତାହ ସମୟ ଦିଆଯାଇଥିଲା । ନିୟମ ବଦଳିବା ପରେ କୋ-ୱିନ ପୋର୍ଟାଲରେ ମଧ୍ୟ ଏହି ସମୟ ବ୍ୟବଧାନକୁ ବଦଳାଇ ଦିଆଯାଇଛି । ଅର୍ଥାତ ପ୍ରଥମ ଡୋଜ୍ ନେବାର ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ନେବା ପାଇଁ ପଞ୍ଜିକରଣ କରିପାରିବେ ।
ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବ୍ରିଟେନ ସରକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ କମାଇ ଦେଇଛନ୍ତି । ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିକଶିତ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ନେବାପାଇଁ ବ୍ରିଟେନରେ ନିୟମ ରହିଥିଲା । ହେଲେ ଏବେ ଏହାକୁ କମାଇ ୮ ସପ୍ତାହ କରି ଦିଆଯାଇଛି । ତେବେ ୫୦ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏହି ବ୍ୟବଧାନ ସ୍ଥିର କରାଯାଇଛି |
ଆହୁରି ଆଶ୍ଚର୍ଯ୍ୟଜନକ କଥାହେଲା ଭାରତରେ ଦ୍ରୁତ ସଂକ୍ରମିତ ହେଉଥିବା କରୋନାର ନୂଆ ଭୂତାଣୁ ବି.୧.୬୧୭କୁ ଦେଖି ଏହିଭଳି ସତର୍କତା ଗ୍ରହଣ କରାଯାଇଥିବା କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ତେଣୁ ପ୍ରକୃତରେ କେତେ ଦିନର ବ୍ୟବଧାନରେ ଦ୍ୱିତୀୟ ଡୋଜ ନେଲେ ଏହା ଅଧିକ ପ୍ରଭାବୀ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।