-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
କଣ୍ଟାବାଞ୍ଜି (ପ୍ରେରଣା ଖବର) କରୋନା ସମୟରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ରକ୍ତଦାତାମାନେ ରୋଗୀଙ୍କୁ ରକ୍ତଦାନ କରି ମହାନତତାର ପରିଚୟ ଦେଉଛନ୍ତି।ବେଲପଡା ବ୍ଳକର ନୁନହାଡ଼ ଗ୍ରାମର ପ୍ରେମାନନ୍ଦ ସାହୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ହିମୋଗ୍ଳୋବିନ ଚାରି ପଏଣ୍ଟ ଥିଲା ଯାହାଫଳରେ ରକ୍ତଦେବା ଜରୁରୀ ବୋଲି ଡାକ୍ତର ପରାମର୍ଶ
ଦେଇଥିଲେ।ତାଙ୍କ ପରିବାର ଲୋକେ ରକ୍ତ ପାଇଁ ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଓ ସଂଗ୍ରାମ ତ୍ରିପାଠଙ୍କୁ ଯୋଗାଯୋଗ କରିଥିଲେ।ତାପରେ ଉଭୟେ ମିଶି ମୁରିବାହାଲ ବ୍ଳକର ସନାତନ ବଗର୍ତ୍ତୀଙ୍କୁ ଯୋଗାଯୋଗ କରିବାରୁ ବି ପଜିଟିଭ ରକ୍ତ ଦେବାକୁ ରାଜି ହୋଇଥିଲେ।ସମସ୍ତେ ମିଶି ମୋଟର ସାଇକେଲ ଯୋଗେ ପାଟଣାଗଡ଼ ରକ୍ତଭଣ୍ଡାରକୁ ଯାଇ ରକ୍ତ ଦେଇଥିବାରୁ ରୋଗୀଙ୍କ ପରିବାର ଲୋକେ ଭୁରି ଭୁରି ପ୍ରଶଂସା କରିଥିଲେ।