-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
15-May-2021
"ସମ୍ବଲପୁର,(ସଂଜୀବ ପାଣିଗ୍ରାହୀ ଙ୍କ ରିପୋର୍ଟ): କରୋନାର କରାଳ ଛାୟା ପରିସ୍ଥିତିକୁ ବିଷମ କରିଥିବାବେଳେ ସାଧାରଣ ରୋଗୀ କିମ୍ବା ତାର ପରିଜନ ଏହି ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅସହାୟ ହୋଇପଡୁଛନ୍ତି I ସଠିକ ସୂଚନା ପ୍ରଦାନ ଓ ଯୋଗାଯୋଗ କ୍ଷେତ୍ରରେ ସମନ୍ଵୟର ଅଭାବ ରହୁଛି I ଏଭଳି ଅଭାବନୀୟ ପରିସ୍ଥିତି ସଂକ୍ରାନ୍ତରେ ବୁଝାପଡ଼ିବା ପୂର୍ବରୁ ବହୁ ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଉଛି I ଏଥିପାଇଁ ସ୍ବେଛାସେବୀ ସଂଗଠନ ସୋସିଆଲ ଏଣ୍ଡ କଲଚରାଲ ଏଡ଼ଭାନ୍ସଡ଼ ନେଟୱାର୍କ (ସ୍କାନ) ତରଫରୁ ଏକ କୋଭିଡ ସୂଚନା ପ୍ରଦାନ ଓ ସହାୟତା କେନ୍ଦ୍ର ଆରମ୍ଭ କରାଯାଇଛି I ଆଜି ଏକ ଅନଉପଚାରିକ କାର୍ଯ୍ୟକ୍ରମରେ ଏହି କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି I ମୋବାଇଲ ନମ୍ବର ମାଧ୍ୟ୍ୟମରେ ସୂଚନା ପ୍ରଦାନ କରାଯିବା ସହ ଆବଶ୍ୟକ ସ୍ଥଳେ ସମସ୍ତ ସହାୟତା ପ୍ରଦାନ କରାଯିବା ବୋଲି "ସ୍କାନ"ର ଅଧକ୍ଷ ସୁଧାଂଶୁ ଶେଖର ମହାରଣା ପ୍ରେସ ବିବୃତି ମାଧ୍ୟ୍ୟମରେ ଜଣାଇଛନ୍ତି I
ସାଧାରଣ ଲୋକଙ୍କୁ କୋଭିଡ ସମ୍ପର୍କରେ ଯେକୌଣସି ସୂଚନା ପ୍ରଦାନ ପାଇଁ ସ୍କାନ ପକ୍ଷରୁ ୮୩୩୮୮୩୯୦୯୨, ୯୪୩୭୪୪୩୮୬୦ ଓ ୯୪୩୮୨୪୬୫୦୧ ମୋବାଇଲରେ ଯୋଗାଯୋଗ କରିବା ପାଇଁ କୁହାଯାଇଛି I ତେବେ କରୋନା ସମ୍ପର୍କିତ ସମସ୍ତ ସୂଚନା ଓ ସହାୟତା ସକାଳ ୯ଟାରୁ ୧ଟା ଏବଂ ସନ୍ଧ୍ୟା ୬ଟାରୁ ୯ଟା ପର୍ଯ୍ୟନ୍ତ ପ୍ରଦାନ କରାଯିବା ବୋଲି ପ୍ରେସ ବିବୃତି ମାଧ୍ୟ୍ୟମରେ "ସ୍କାନ" ପକ୍ଷରୁ ପ୍ରକାଶ କରାଯାଇଛି I