-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ପୁରୀ-(ସମୀର ରଞ୍ଜନ ନାୟକ) କରୋନା ମହାମାରୀ ଓ ଧାର୍ମିକ ସମାବେଶ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କଟକଣାକୁ ଦୃଷ୍ଟିରେ ରଖି ଶ୍ରୀ ଜଗନ୍ନାଥଙ୍କ ଚନ୍ଦନଯାତ୍ରା କୁ କେବଳ ପରମ୍ପରା ତଥା ବିଧି ରକ୍ଷା ନିମନ୍ତେ ସେବାୟତ ମାନଙ୍କ ଉପସ୍ଥିତି ରେ ପାଳନ କରିବାକୁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।ଏଥି ନିମନ୍ତେ ଶ୍ରୀମନ୍ଦିର ଫାଣ୍ଡି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ, ନରେନ୍ଦ୍ର ପୁଷ୍କରିଣୀ ଚତୁରପାର୍ଶ୍ୱ,ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପରିସର ରେ ଜନସାଧାରଣ ଙ୍କ ପ୍ରବେଶ ଉପରେ କଟକଣା ସହ 144ଧାରା ଜାରି କରାଯାଇଛି।ଏହି କଟକଣା ଚଳିତ ମାସ 15 ତାରିଖ 3 ଘଣ୍ଟିକା ଠାରୁ ଆସନ୍ତା ଜୁନ ମାସ 4ତାରିଖ ରାତ୍ରି 9 ଘଣ୍ଟିକା ପର୍ଯ୍ୟନ୍ତ ଜାରି ରହିବ।ଏହି ସମୟ ମଧ୍ୟରେ ବିଧି ପାଳନ ଓ
ରୀତିକାନ୍ତି ବେଳେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ମାସ୍କ ପରିଧାନ ଓ ଯଥାବିଧି ସାମାଜିକ ଦୂରତ୍ୱ ରକ୍ଷା କରିବେ।ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ।କରୋନା ସଂକ୍ରାମକ କୁ ଦୃଷ୍ଟି ରେ ରଖି ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏଭଳି କଟକଣା ଜାରି କରିଛନ୍ତି।ଏଥି ନିମନ୍ତେ ସହଯୋଗ କରିବାକୁ ଜନସାଧାରଣ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଅଛି।
ଆସନ୍ତୁ ଶୁଣିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କଣ ସୂଚନା ଦେଇଛନ୍ତି।