-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ସମ୍ବଲପୁର(ସଂଜୀବପାଣିଗ୍ରାହୀଙ୍କ ରିପୋର୍ଟ): ଚଳିତ ବିଶ୍ୱ ମହାମାରୀ କୋଭିଡର ଦ୍ଵିତୀୟ ଲହର ସମୟରେ ମାତ୍ରାଧିକ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଯୋଗୁଁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭିଶୁଡି ପଡିଛି । କୋଭିଡ ରୋଗୀଙ୍କ ଚିକିତ୍ସାକୁ ଗୁରୁତ୍ୱ ଦେବା ସମୟରେ ଅଣକୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଛି । ବିଶେଷ କରି ଆପାତକାଳୀନ ଚିକିତ୍ସା ବ୍ୟବସ୍ଥା ଉପରେ କୋଭିଡ ସଂକ୍ରମଣର କିପ୍ରଭାଵ ପଡିଛି । ବର୍ତ୍ତମାନ ପରିସ୍ଥିତି ରେ ବିଭିନ୍ନ କଟକଣା, ସଟ୍ ଡାଉନ୍ ଯୋଗୁଁ ରକ୍ତ ଦାନ ଶିବିର ମାନ ହୋଇ ପାରୁ ନାହିଁ । ଯାହାଫଳରେ ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ସଙ୍କଟ ରହିବାର ସମ୍ଭାବନା ରହୁଛି ଏବଂ ଏହି ସଙ୍କଟ ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା ରହିଛି । ଏଣୁ, ସମସ୍ତ ପରିସ୍ଥିତି କୁ ହୃଦୟଙ୍ଗମ କରି ବିଜେପି ଯୁବ ମୋର୍ଚ୍ଚା ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସ୍ଥାନରେ କୋଭିଡ କଟକଣାର ନିୟମ ପାଳନ କରି ରକ୍ତଦାନ ଶିବିର ମାନ ଆୟୋଜନ କରି ରକ୍ତ ଭଣ୍ଡାର ଗୁଡିକରେ ରକ୍ତ ଗଚ୍ଛିତ କରିବାରେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛି ।
ଏହି ମର୍ମରେ ଗତକାଲି ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ରକ୍ତ ଭଣ୍ଡାର ଠାରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରକକ୍ଷେ, ତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ଉପସ୍ଥିତି ରେ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପସଭାପତି ନାଉରି ନାଏକ ଆନୁଷ୍ଠାନିକ ଭାବରେ ଏହି ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରିଥିଲେ । ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଅଶ୍ୱିନୀ ମାଝୀଙ୍କ ନେତୃତ୍ୱରେ ହୋଇଥିବା ଏହି ରକ୍ତଦାନ ଶିବିରରେ ପ୍ରଭୁଦତ୍ତ ପଣ୍ଡା, ଶିବ ଦିୱାନ, କାହ୍ନୁ ରାମ ଶର୍ମା, ନରେଶ ଗୁରୁ, ପ୍ରକାଶ ପାଣ୍ଡେ, ସନ୍ତୋଷ ଠାକୁର, ମଣ୍ଟୁ ଷଡ଼ଙ୍ଗୀ, ସୁଶୀଲ ମହାନ୍ତି, ସୁଦୀପ ପରିଡ଼ା, ଖୁସିରାମ , ଜୟନ୍ତ ଜେନା, ଉଦିତ ସାହୁ, ଅନିଲ ଶାହା, ତପନ ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।