-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
14-May-2021
ଆସିକା (ଦୀପକ ଗୌଡ଼) :ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମପଞ୍ଚାୟତ ଜଗଦଳପୁରକୁ ମିନି କଣ୍ଟେମେଣ୍ଟ ଘୋଷଣା କରାଗଲା।ଆଜି ସକାଳ ୧୧ଘଣ୍ଟ ସମୟରେ ସ୍ଥାନୀୟ ତହସିଲଦାର ସଦାନନ୍ଦ ସେଠୀ, ବିଡିଓ ରୋଶନ ଶତପଥି, ସିଡିପିଓ ଭାରତୀ ମହାପାତ୍ର, ସରପଞ୍ଚ ମୋଚିଆଣୀ ବେହେରା,ସରପଞ୍ଚ ପ୍ରତିନିଧି ସନ୍ତୋଷ ବେହେରା ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି ଆପେନ୍ନାଙ୍କ ଉପସ୍ଥିତିରେ ମିନି କଣ୍ଟେମେଣ୍ଟ ଘୋଷଣା କରାଯାଇଛି। ଅଠର ଜଣଙ୍କୁ ପଜିଟିଭ୍ ହୋଇଥିବା ନେଇ ସୂଚନା ମିଳିବା ପରେ ଜରୁରୀକାଳୀନ ଭିତ୍ତିରେ ଜଗଦଳପୁର ଗ୍ରାମକୁ ମିନି କଣ୍ଟେମେଣ୍ଟ ଘୋଷଣା କରାଯାଇଛି । ୧୪୪ ଧାରା ଲାଗୁହେବା ସହିତ ଘରୁ କେହି ନ ବାହାରିବା ନିମନ୍ତେ ନିଦ୍ଧେଶ ଦିଆଯାଇଛି। ସାମାଜିକ ଦୂରତା ଓ ମାସ୍କ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। କୋରୋନା ସଂକ୍ରମଣ ବଢିବା ଚିନ୍ତାର ବିଷୟ ହୋଇଥିବା ବେଳେ ସ୍ଥିତିକୁ ସୁଧାରିବା ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଥିବା ବିଡିଓ ରୋଶନ ଶତପଥି ସୂଚନା ଦେଇଛନ୍ତି ।TV