୧୨ ଜଣ ତାରକାଙ୍କୁ ଜେରା କରିବ ଏନ୍ସିବି
27-Sep-2020
୧୨ ଜଣ ତାରକାଙ୍କୁ ଜେରା କରିବ ଏନ୍ସିବି
ଡ୍ରଗ୍ସ ମାମଲାରେ ଆଉ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି । କ୍ଷୀତିଜ୍ ପ୍ରସାଦଙ୍କ ଓକିଲ ସତୀଶ ମନେଶିନ୍ଦେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମହକିଲକୁ କଷ୍ଟଡିରେ ନର୍ଯାତନା ଦିଆଯାଉଛି ଏବଂ କରନ୍ ଜୋହରଙ୍କ ନାଁ ନେଇ ତାଙ୍କୁ ଫସାଇବାକୁ ବାଦ୍ୟ କରାଯାଉଛି । ସିଗାରେଟ୍ ବର୍ଡକୁ ଡ୍ରଗ୍ସ ବୋଲି କହି ଅଭିଯୋଗ କରାଯାଉଛି । ତେବେ ଆଗାମୀ ଦିନରେ କରନ ଜୋହରଙ୍କ ସହ କ’ଣ କରିବ ଏନ୍ସିବି, ତାହା ତ ପଛ କଥା । ହେଲେ କରୋନ ଜୋହରଙ୍କ ପାର୍ଟି ଭିଡିଓ ଯୋଗୁଁ ଆଉ ୧୨ ଜଣଙ୍କୁ ଜେରା କରିବା ପାଇଁ ଏନ୍ସିବି ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳିଛି!