ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବ୍ୟାନର ମାଧ୍ୟମରେ ସଚେତନତା
27-Sep-2020
ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ବ୍ୟାନର ମାଧ୍ୟମରେ ସଚେତନତା
ବଲାଙ୍ଗିର: ଚିତ୍ତ ବିନୋଦନ ଓ ଅବସର ବିନୋଦନ ର ପ୍ରକୃଷ୍ଠ ମାଧ୍ୟମ ହେଉଛି ପରିଭ୍ରମଣ ବା ପର୍ଯ୍ୟଟନ । ଏହା ଦ୍ୱାରା ମାନସିକ ଓ ଶାରିରୀକ ସ୍ୱାସ୍ଥ୍ୟ ଅକ୍ଷୂର୍ଣ୍ଣ ରହିଥାଏ । ପ୍ରତି ବର୍ଷ ଭଳି ସେପ୍ଟେମ୍ବର ମାସ ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଇଥାଏ । ପ୍ରତି ବର୍ଷ ବିଶ୍ୱ ପର୍ଯ୍ୟଟନ ଉପଲକ୍ଷେ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଇଥାଏ । ଚଳିତ ବର୍ଷର ବାର୍ତ୍ତା ହେଉଛି “ପର୍ଯ୍ୟଟନ ଓ ଗ୍ରାମାଂଚଳର ବିକାଶ” । ବଲାଙ୍ଗିର ଜିଲ୍ଲା ଅନେକ ମନୋରମ ଓ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ । ଚିର ବନାନୀ ଘେରା ହରିଶଙ୍କର, ପ୍ରମୁଖ ତନ୍ତ୍ରପୀଠ ରାଣୀପୁର ଝରିଆଲ,ଟିଟିଲାଗଡ ସହରର କୁମୁଡା ପାହାଡର ଧବଳେଶ୍ୱର ଶିବ ମନ୍ଦିର, ଭୀମ ଡୁଙ୍ଗୁରି ର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ । ଏହାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ତରଫରୁ ଜନ ସଚେତନତା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାନର ମାଧ୍ୟମରେ ଅବଗତ କରାଯାଇଅଛି । ସୂଚନା ଯୋଗ୍ୟ, କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଉତ୍ସବ ଆୟୋଜନ କରାଯାଇ ନାହିଁ ।