-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ହାଇଦ୍ରାବାଦ(ପ୍ରେରଣା ଖବର ବ୍ୟୁରୋ) ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ ସମୟରେ କେରଳ ଛୁଇଁବ ଓ ସ୍ବାଭାବିକ ବର୍ଷା ହେବ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛି ।
ସ୍କାଏମେଟର ନୂଆ ରିପୋର୍ଟ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ ୩୦ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଏହି ତାରିଖ ୨-୩ ଦିନ ଆଗପଛ ହୋଇପାରେ । କେରଳରେ ଯ଼ଦି ମେ ୩୦ରେ ମୌସୁମୀ ଛୁଏଁ ତେବେ ଓଡ଼ିଶା ଆସୁ ଆସୁ ଜୁନ ୮ ରୁ ୧୦ ତାରିଖ ହୋଇଯ଼ିବ । ଅର୍ଥାତ ରଜ ଉତ୍ସବ ବେଳକୁ ସମଗ୍ର ରାଜ୍ୟରେ ମୌସୁମୀ ପହଞ୍ଚିସାରିଥିବ ।
ପୁଣି ଏବର୍ଷ ମୌସୁମୀ ବର୍ଷାର ପରିମାଣ ସ୍ବାଭାବିକ ରହିବ । ଏହା ୧୦୩ ପ୍ରତିଶତ ରହିବା ଆଶା କରାଯ଼ାଉଛି ଓ ଏଥିରେ ୫ ପ୍ରତିଶତ କମବେଶୀ ହୋଇପାରେ । ଏହା ସ୍ବାଭାବିକ ବର୍ଷା ଆଡ଼କୁ ଇଙ୍ଗିତ କରୁଛି ବୋଲି ସ୍କାଏମେଟ୍ କହିଛି ।
ସ୍କାଏମେଟ ପକ୍ଷରୁ ଆହୁରି ମଧ୍ୟ କୁହାଯ଼ାଇଛି ଯ଼େ ଭାରତକୁ ମୌସୁମୀର ଆଗମନ ଉଭୟ ଆରବ ସାଗର ଓ ବଙ୍ଗୋପସାଗରର ସାମୁଦ୍ରିକ ପାଣିପାଗ ଉପରେ ନିର୍ଭର କରେ । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟାର ପ୍ରଭାବ ଆସନ୍ତା ୨୨ ତାରିଖ ବେଳକୁ ଶେଷ ହୋଇଯ଼ାଇଥିବ । ତାହା ମୌସୁମୀ ବାୟୁର ଆଗମନକୁ ବିଶେଷ ପ୍ରଭାବିତ କରିବ ନାହିଁ ।