-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଯାଜପୁର, :ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ପକ୍ଷରୁ ସେବକ ଗୋ ଶାଳାରେ ଥିବା ଗୋରୁ ମାନଙ୍କ ପାଇଁ ଖାଦ୍ୟ ଯୋଗାଣ କରାଯାଇଛି। ଆଗାମୀ ଦିନରେ ମଧ୍ୟ ଗୋରୁ ମାନଙ୍କୁ ଖାଦ୍ୟ ଯୋଗାଇବାକୁ ବଜରଙ୍ଗ ଦଳ ପକ୍ଷରୁ ପ୍ରତିଶୃତି ଦିଆଯାଇଛି। ଶ୍ରୀ ଅରବିନ୍ଦ ଦାସଙ୍କ ଆଗ୍ରହ କ୍ରମେ, ଶ୍ରୀ ଅକ୍ଷୟ କୁମାର ବଳଙ୍କ ତତ୍ତ୍ବାବଧାନରେ ଏହି ଗୋ ଖାଦ୍ୟ ଛତିଆ ଠାରେ ଥିବା ଗୋ ଶାଳାରେ ପହଞ୍ଚି ଥିଲା। ବଜରଙ୍ଗ ଦଳ ଛତିଆ ଶାଖାର ସଂଯୋଜକ ଦେବୀ ପ୍ରସାଦ ନନ୍ଦ , ସହ ସଂଯୋଜକ ରାଜେଶ ମଲ୍ଲିକ୍,ଗୋ ସୁରକ୍ଷା ପ୍ରମୁଖ ପ୍ରଦୀପ୍ ରାଉଳ,ସୂଚନା ପ୍ରମୁଖ ପ୍ରତାପ ଚନ୍ଦ୍ର ରାଉଳଙ୍କ ସହଯୋଗରେ ଏହି ଖାଦ୍ଯ ସାମଗ୍ରୀ ଗୋ ଶାଳାରେ ପ୍ରଦାନ କରାଯାଇଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)