-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ନୂଆଦିଲ୍ଲୀ: ରୁଷିଆର କୋଭିଡ ଟିକା ସ୍ପୁଟନିକ୍ ଭି ଭାରତରେ ପହଞ୍ଚିସାରିଛି ଏବଂ ଆସନ୍ତା ସପ୍ତାହ ଠାରୁ ବଜାରରେ ଏହା ଉପଲବ୍ଧ ହେବ ବୋଲି ଗୁରୁବାର ଦିନ ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପୌଲ କହିଛନ୍ତି। ସ୍ପୁଟନିକ୍ ଭିର ପ୍ରଥମ ବ୍ୟାଚ୍ ପହଞ୍ଚିସାରିଥିବା ବେଳେ ଆଗାମୀ ଦିନରେ ରୁଷରୁ ଅଧିକ ଟିକା ଆସି ପହଞ୍ଚିବ ବୋଲି ସେ କହିଛନ୍ତି |
ସୂଚନା ମୁତାବକ, ଜୁଲାଇରୁ ଭାରତରେ ସ୍ପୁଟନିକ୍ ଭି ମଧ୍ୟ ଉତ୍ପାଦିତ ହେବ | ଭାରତ ୧୫.୬ କୋଟି ସ୍ପୁଟନିକ୍ ଭି ଟିକା ଡୋଜ ଉତ୍ପାଦନ କରିବାକୁ ଲକ୍ଷ ରଖିଛି। ଭାରତରେ ସ୍ପୁଟନିକ୍ ଭି ହାଇଦ୍ରାବାଦର ଡାକ୍ତର ରେଡ୍ଡୀ ଲ୍ୟାବ ସହ ମିଶି ପରୀକ୍ଷଣ କରିଥିଲା। ମୋଡର୍ଣ୍ଣା ଏବଂ ଫାଇଜର ପରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଛି। ଭାରତରେ କ୍ଲିନିକାଲ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟରେ ଥିବା ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡାକ୍ତର ରେଡ୍ଡୀ ଲ୍ୟାବ ଫେବ୍ରୁଆରି ୧୯ରେ ଆବେଦନ କରିଥିଲେ।
ଏହା ପରେ ଏପ୍ରିଲ ୧ରେ ସବଜେକ୍ଟ ଏକ୍ସପର୍ଟ କମିଟି ଡାକ୍ତର ରେଡ୍ଡୀ ଲ୍ୟାବକୁ ପରୀକ୍ଷଣର ପୂରା ତଥ୍ୟ ଏବଂ ଏହା କିଭଳି ପ୍ରତିରୋଧକ ଶକ୍ତି ବଢ଼ାଉଛି ସେ ବିଷୟରେ ସବିଶେଷ ତଥ୍ୟା ଦେବାକୁ କହିଥିଲେ। ଡାକ୍ତର ରେଡ୍ଡୀ ଲ୍ୟାବ ସବୁ ତଥ୍ୟ ଦେବା ପରେ ଗତକାଲି ସବଜେକ୍ଟ ଏକ୍ସପର୍ଟ କମିଟି ଟିକାର ସୀମିତ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହା ପରେ ପରେ ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲା ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) |(ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)