-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଗୋଶାଳା,ସଂଜୀବପାଣିଗ୍ରାହୀଙ୍କ ରିପୋର୍ଟ): ପ୍ରତିମାସରେ ୧୫ ତାରିଖ ଭତ୍ତାବଣ୍ଟନ ହେଉଥିବାବେଳେ, ବର୍ତ୍ତମାନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ କଳାମାଟି ସରପଞ୍ଚ ଶ୍ରୀହରୀ ନାଗ ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି। ଚଳିତ ମାସର ଭିଡ କୁ ନିୟନ୍ତ୍ରଣ କରିବାକୁ ୪ଟି ପର୍ଯ୍ୟାୟରେ ଭତ୍ତା ବଣ୍ଟନ କରିବାକୁ ନିଷ୍ପତି ନେଇଛନ୍ତି।ଏଥିସହ,ସମସ୍ତ କୋଭିଡ ନିୟମକୁ ପାଳନ କରିବାକୁ କର୍ମଚାରୀ ତଥା ସମସ୍ତ ନିର୍ବାଚିତ ସଭ୍ୟ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗୋଶାଳା,କଳାମାଟି,ଓ ଝାରମୁଣ୍ଡା ହିତାଧିକାରୀଙ୍କ ପାଇଁ ଆସନ୍ତା ୧୫ ତାରିଖ, ବାବୁବନ୍ଧ ଓ ଭୋଇଟିକ୍ରା ହିତାଧିକାରୀ ଆସନ୍ତା ୧୬ ତାରିଖ, ଲଡୁଖାଇ, ବେହେରାଟିକ୍ରା ଓ କର୍ଣ୍ଣପାଲି ହିତାଧିକାରୀଙ୍କ ପାଇଁ ଆସନ୍ତା ୧୭ ତାରିଖ ଓ ମାଉଲିବାଗ,ଅନ୍ଧାରୀପତ୍ରା ଓ ଗୋଲକନଗର ହିତାଧିକାରୀଙ୍କ ପାଇଁ ଆସନ୍ତା ୧୮ ତାରିଖ ଭତ୍ତାବଣ୍ଟନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏନେଇ ଧାର୍ଯ୍ୟ ଦିବସ ମାନଙ୍କରେ ହିତାଧିକାରୀମାନେ ନିଜ ନିଜ ଗାଁରେ ସକାଳ ୭ଟାରୁ ୧୧ଟା ମଧ୍ୟରେ ଉପସ୍ଥିତ ରହି ଭତ୍ତା ନେବାକୁ ଅନୁରୋଧ କରିଛନ୍ତି।ଏଥିସହ କୋଭିଡ ନିୟମକୁ ପାଳନ କରିବାକୁ ଯାଇ ସମସ୍ତେ ମାସ୍କ ବ୍ୟବହାର କରିବାସହ ସାମାଜିକ ଦୂରତା ବଜାୟ ରଖିବାକୁ ସରପଞ୍ଚ ଶ୍ରୀହରୀ ନାଗ ଅନୁରୋଧ କରିଛନ୍ତି।ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିଜ ନିଜ ଅଞ୍ଚଳର ଆଶା,ଅଂଗନବାଡୀ କର୍ମୀ, ଓ୍ବାର୍ଡ ସଭ୍ୟସଭ୍ୟା ମାନେ ମଧ୍ୟ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।