-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ସମ୍ବଲପୁର (ସଂଜୀବ କୁମାର ପାଣିଗ୍ରାହୀ) କରୋନା ମହାମାରୀ ର ଦ୍ଵିତୀୟ ଲହରର ରେ ଦିନକୁ ଦିନ ଯେଉଁ ଭଳି ଭାବରେ କରୋନା ସଂକ୍ରମିତ ରୋଗୀ ଙ୍କ ସଂଖ୍ୟା ଓ ମୃତ୍ୟୁ ହାର ବଢ଼ିବାରେ ଲାଗିଛି ତାହା ସାଧାରଣ ଜନତାଙ୍କ ମନରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରୁଛି । କରୋନା ର ପୂର୍ବରୁ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ର ବ୍ୟବସ୍ଥା ଯେଭଳି ଥିଲା ତାହା ତ ସାଧାରଣ ରୋଗୀ ଙ୍କ ଚିକିତ୍ସା ପାଇଁ ସମୁଦ୍ର କୁ ଶଙ୍ଖେ ଭଳି ରହିଥିଲା । ତାଉପରେ ହଠାତ ବିଶ୍ୱ ମହାମାରୀ କରୋନା ର ବିସ୍ପୋରକ ଆବିର୍ଭାବ ଓ ଭୟଙ୍କର ପ୍ରଭାବ ସମ୍ବଲପୁର ଜିଲ୍ଲାବାସୀ ଓ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବ୍ୟବସ୍ଥା କୁ ଦୋହଲେଇ ଦେଇଛି । ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ଦୁଇଟି ପ୍ରମୁଖ
ସ୍ଥଳୀ ବୁର୍ଲା ଭୀମସାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଭିତ୍ତିଭୂମି ଓ ମାନବ ସମ୍ବଳ ସେମିତି ବି ବହୁତ ଦୁର୍ବଳ ରହିଥିଲା । ସେଭଳି ରୁଗ୍ଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ କରୋନା ର ଜୋରଦାର ପ୍ରହାର ସମ୍ପୂର୍ଣ୍ଣ ବ୍ୟବସ୍ଥା କୁ ଛିନ୍ନଭିନ୍ନ କରି ପକେଇଲା । ଉଭୟ କୋଭିଡ ଓ ଅନକୋଭିଡ ରୋଗୀଙ୍କ ଚିକିତ୍ସାର ଅବ୍ୟବସ୍ଥା, ଦୁଃଖ, କଷ୍ଟ, ଯନ୍ତ୍ରଣା ରେ ଆଚ୍ଛାଦିତ ହେଉଛି ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ର ପୃଷ୍ଠାମାନ । କେଉଁଠି ସାଧାରଣ ଶଯ୍ୟା ନାହିଁ ତ କେଉଁଠି ଚିକିତ୍ସକ ନାହାନ୍ତି, କେଉଁଠି ଅକ୍ସୀଜେନ ନାହିଁ ତ କେଉଁଠି ଆଇ.ସି.ୟୁ ଭେଣ୍ଟିଲେଟର ଶଯ୍ୟା ନାହିଁ, କେଉଁଠି ଚିକିତ୍ସା ଅବହେଳା ତ କେଉଁଠି ଶବଦାହ ସମସ୍ୟା ଭଳି ସଙ୍ଗିନ ଅଭିଯୋଗ ର ଫର୍ଦ୍ଦ ଦିନକୁ ଦିନ ବଢ଼ିବାରେ ଲାଗିଛି ।
ସ୍ୱାସ୍ଥ୍ୟ ସେବା ର ଏଭଳି ଚରମ ସଙ୍କଟ ସମୟରେ ରାଜ୍ୟ ସରକାର ଙ୍କର ଦ୍ୱାରା ପ୍ରଦତ୍ତ ସ୍ୱାସ୍ଥ୍ୟ ସେବା ରେ ଭାଗିଦାର ହେଇ ଜିଲ୍ଲାବାସୀ ଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗେଇ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ସମ୍ବଲପୁର ର ତିନି ବିଜେପି ଜନପ୍ରତିନିଧି । ଗତ କିଛିଦିନ ପୂର୍ବେ ସମ୍ବଲପୁର ସାଂସଦ *ଶ୍ରୀଯୁକ୍ତ ନିତେଶ ଗଙ୍ଗଦେଵ* ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ *ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର* ଓ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ *ଶ୍ରୀଯୁକ୍ତ ନାଉରି ନାଏକ* ମିଳିତ ଭାବେ କେନ୍ଦ୍ର ଖଣି ଓ କୋଇଲା *ଶ୍ରୀଯୁକ୍ତ ପ୍ରହଲ୍ଲାଦ ଯୋଶୀ* ଙ୍କୁ ଏକ ଅନୁରୋଧ ପତ୍ର ଲେଖିଥିଲେ । *ମହାନଦୀ କୋଲଫିଲ୍ଡ ସହାୟତା ରେ ସମ୍ବଲପୁର ଠାରେ ଏକ ଆଇ.ସି.ୟୁ ଭେଣ୍ଟିଲେଟର ଯୁକ୍ତ ୧୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସାଳୟ ପ୍ରତିଷ୍ଠା* ପାଇଁ ଅନୁରୋଧ କରିଥିବା ଏହି ପତ୍ର ର କପି କେନ୍ଦ୍ରମନ୍ତ୍ରୀ *ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ* ଙ୍କୁ ମଧ୍ୟ ପ୍ରେରଣ କରିଥିଲେ ।
ବିଷୟର ଗୁରୁତ୍ୱ ଓ ଶୀଘ୍ରତା କୁ ହୃଦୟଙ୍ଗମ କରି ଗତ ୭ ତାରିଖ ରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ପଶ୍ଚିମ ଓଡିଶାର ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା ଓ ଅନୁଗୁଳ ଜିଲ୍ଲାର ଏମ.ସି.ଏଲ ସହାୟତାରେ ସମୁଦାୟ ୫୫୦ ଶଯ୍ୟା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ଶ୍ରୀଯୁକ୍ତ ଯୋଶୀ ଙ୍କୁ ଅନୁରୋଧ କରିଥିଲେ । ଅନୁରୋଧ କୁ ଗମ୍ଭୀରତା ସହକାରେ ଗ୍ରହଣ କରି କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଯୋଶୀ ତତ୍କାଳ ଭାବରେ ଉପରୋକ୍ତ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ଏମ.ସି.ଏଲ ର ଉଚ୍ଚ କତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଥା ଶୀଘ୍ର ମହାନଦୀ କୋଲଫିଲ୍ଡ ସମସ୍ତ ସ୍ଥାନରେ ନିର୍ଦ୍ଧାରିତ ଶଯ୍ୟା ସଂଖ୍ୟା ସହିତ ଉନ୍ନତମାନର ଚିକିତ୍ସାଳୟ ପ୍ରତିଷ୍ଠା କରିବାକୁ ଯାଉଛି ।
ଏହି ମର୍ମରେ ସମ୍ବଲପୁର ଜିଲ୍ଲାର ଖୁବ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି *୧୫୦ଟି ଅକ୍ସୀଜେନ ସଂଯୁକ୍ତ ଶଯ୍ୟା, ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ସହ ବିଶିଷ୍ଟ ସୁପର ସ୍ପେସିଆଲିଟି ଅତ୍ୟାଧୁନିକ ଚିକିତ୍ସାଳୟ ।* ସମ୍ବଲପୁରବାସୀ ଙ୍କ ଦୁଃଖ ର ସାଥି ହୋଇ ଜନକଲ୍ୟାଣ ପାଇଁ ଉଭୟ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଯୋଶୀ ଓ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଭଳି ଭାବରେ ତତ୍ପରତା ସହକାରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ତାଙ୍କୁ ସମ୍ବଲପୁର ସାଂସଦ *ଶ୍ରୀଯୁକ୍ତ ନିତେଶ ଗଙ୍ଗଦେଵ* ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ *ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର* ଓ ବିଜେପି ରାଜ୍ୟ ଉପସଭାପତି ତଥା ରେଙ୍ଗାଲି ବିଧାୟକ *ଶ୍ରୀଯୁକ୍ତ ନାଉରି ନାଏକ* ଧନ୍ୟବାଦ କୃତଜ୍ଞତା ଜ୍ଞାପନ କରିଛନ୍ତି ବୋଲି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ *ମାନସ ରଞ୍ଜନ ବକ୍ସି* ଗଣମାଧ୍ୟମ କୁ ସୂଚିତ କରିଛନ୍ତି ।