-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
01 . 02866/02865 ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ପୁରୀଠାରୁ ମଇ ମାସ 18 ଏବଂ 25 ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ 20 ଏବଂ 27 ତାରିଖ ଦିନ ବାତିଲ ରହିବ।
02. 02880/02879 ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଦ୍ବି-ସାପ୍ତାହିକ ବିଶେଷ ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମଇ ମାସ 17, 20, 24 ଏବଂ 27 ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ 19, 22, 26 ଏବଂ 29 ତାରିଖ ଦିନ ବାତିଲ ରହିବ।
03. 07488/07487 ବିଶାଖାପାଟନମ୍-କଡ଼ପା-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ରୁ ମଇ ମାସ 14 ରୁ 31 ତାରିଖ ମଧ୍ୟରେ ଏବଂ କଡ଼ପା ଠାରୁ ମଇ ମାସ 15 ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ।
04. 02831/02832 ବିଶାଖାପାଟନମ୍-ଲିଙ୍ଗମପଲ୍ଲୀ-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ବିଶାଖାପାଟନମ୍ ଠାରୁ ମଇ ମାସ 14 ରୁ 31 ତାରିଖ ମଧ୍ୟରେ ଏବଂ ଏବଂ ଲିଙ୍ଗମପଲ୍ଲୀ ମଇ ମାସ 15 ତାରିଖରୁ ଜୁନ ମାସ ପହିଲା ମଧ୍ୟରେ ବାତିଲ୍ ରହିବ।