-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ବୀରମହାରାଜପୁର - (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନକୁ ନଆସି ଜନସାଧାରଣ ଘରେ ଥାଇ ଫୋନ ମାଧ୍ୟମରେ ବିଭିନ୍ନ ଅଭିଯୋଗ କରିପାରିବେ । କରୋନା କଟକଣା ଯୋଗୁଁ ଥାନାକୁ ନଆସି ପାଇଁ ରାଜ୍ୟ ସରକାର ପକ୍ଷରୁ ବାରଣ କରାଯାଇଅଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଙ୍କ ନିର୍ଦ୍ଦେଶକ୍ରମେ ବୀରମହାରାଜପୁର ଥାନା ୪ ଜଣ ପୋଲିସ ଅଧିକାରୀଙ୍କ ର ନମ୍ବର ସୂଚାଇ ଦେଇ ସହରର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ହୋଡିଙ୍ଗ୍ ମାଧ୍ୟମରେ ଲଗାଯାଇଛି । ଜନସାଧାରଣଙ୍କ ର ଯେକୌଣସି ଅସୁବିଧା ହୁଏ ମୋ - ୬୬୫୧୨୫୪୨୭୭, ୮୦୧୮୬୫୯୭୭୭,୯୯୩୮୭୧୯୪୧୪,୮୮୯୫୧୪୨୩୫୬ ଏହି ନମ୍ବର ରେ ଫୋନ କରି ଅଭିଯୋଗ କରିପାରିବେ । ଅଭିଯୋଗ ପାଇଲା ମାତ୍ରେ ପୋଲିସ ଘରେ ପହଞ୍ଚି ବିଭିନ୍ନ ସମସ୍ୟା ସମାଧାନ କରାଯିବ ବୋଲି ଥାନା ଅଧିକାରୀ ସୁଦର୍ଶନ ଦେହୁରୀ ପ୍ରକାଶ କରିଛନ୍ତି । ଏହି ପଦକ୍ଷେପ କୁ ଅଞ୍ଚଳର ବିଭିନ୍ନ ମହଲରେ ସ୍ଵାଗତ କରାଯାଉଛି ।