-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ଆରବ ସାଗରରେ ଦାନା ବନ୍ଧୁଛି ଲଘୁଚାପ। ଯାହା କ୍ରମେ ବ୍ୟତ୍ୟାର୍ ରୂପ ନେଇପାରେ। ଯଦି ଏହା ବାତ୍ୟାରେ ରୂପ ନିଏ ତେବେ ଏହା 2021ର ପ୍ରଥମ ବାତ୍ୟା ହେବ। ଆରବ ସାଗରରେ ଆଜି ରାତି କିମ୍ବା କାଲି ସୁଦ୍ଧା ସୃଷ୍ଟି ହେବ ଲଘୁଚାପ ବଳୟ। ଯାହା ଘନୀଭୂତ ହୋଇ ଆସନ୍ତା 16ରୁ 17 ତାରିଖ ଭିତରେ ବାତ୍ୟା ର ରୂପ ନେବ। ଏବଂ ଏହା ପାକିସ୍ତାନ ଆଡକୁ ମୁହାଇବ ବୋଲି କୁହାଯାଉଛି। ଏହାର ପ୍ରଭାବରେ ମହାରାଷ୍ଟ୍ର, ଗୋଆ, ଗୁଜୁରାଟ, କର୍ଣ୍ଣାଟକ ରେ ପ୍ରବଳ ବର୍ଷା ହେବ। ତେବେ ଏହି ବାତ୍ୟା ଓଡ଼ିଶା ଉପରେ କୌଣସି ପ୍ରଭାବ ପକେଇବ ନାହିଁ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ୍।
ସେପଟେ ରାଜ୍ୟରେ ଥମୁନି କାଳବୈଶାଖୀ ତାଣ୍ଡବ। ଆଉ ଦୁଇ ଦିନ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୧୭ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୩ ଜିଲ୍ଲା କୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ଦକ୍ଷିଣ ମଧ୍ୟପ୍ରଦେଶ ଏବଂ ଏହାର ଆଖପାଖ ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ ଠାରୁ ଆସାମ ଝାଡ଼ଖଣ୍ଡ ଦେଇ ଗାଙ୍ଗେୟ ଉପତ୍ୟକା ପର୍ଯ୍ୟନ୍ତ ଆଉ ଏକ ଘୂର୍ଣ୍ଣିବଳୟ ଗତିକରୁଛି। ଏହାର ପ୍ରଭାବରେ ଆସନ୍ତା କାଲି ସକାଳ ୮ଟା ୩୦ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ରାୟଗଡା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହି ସବୁ ଜିଲ୍ଲାରେ କିଛି ସ୍ଥାନରେ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ପବନରେ ବେଗରେ ଚାଳଛପର, ଆଜବେଷ୍ଟ ଘର, କଦଳୀ ଗଛ ଆଦି ଭାଙ୍ଗିଯିବା ଆକଳନ କରିଛି ପାଣିପାଗ କେନ୍ଦ୍ର। ସେହିପରି ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଅଞ୍ଚଳରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ୧୫ ତାରିଖରେ ମଧ୍ୟ କାଳବୈଶାଖି ବର୍ଷା ପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୫ ତାରିଖ ପରେ କାଳବୈଶାଖି ର ପ୍ରକୋପ କମିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।