-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
13-May-2021
ମୁମ୍ବାଇ: କରୋନା ଭାଇରସ ଟିକାର ଦ୍ୱିତୀୟ ଡୋଜ ବିଳମ୍ବ ହେବା ଦ୍ୱାରା ବଞ୍ଚାଇ ହେବ ଅଧିକ ଜୀବନ। ଏହା ଏକ ଅଧ୍ୟୟନରୁ ଜଣାପଡ଼ିଛି। ମଡର୍ନା, ଫାଇଜର-ବାୟୋଏନ୍ଟେକ ଓ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା ପ୍ରସ୍ତୁତ ହେବାର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମ ଡୋଜ ନେବାର ୩ରୁ ୪ ସପ୍ତାହରେ ଦ୍ୱିତୀୟ ଡୋଜ ନେବାକୁ କୁହାଯାଇଥିଲା।
କିନ୍ତୁ ଦୁଇ ଡୋଜ ମଧ୍ୟରେ ୧୨ ସପ୍ତାହ ଅର୍ଥାତ ୩ ମାସର ବ୍ୟବଧାନ ରଖିବାକୁ ନିଷ୍ପତ୍ତି ନେଇଥିଲା ୟୁକେ। ଯାହା ଫଳରେ ଅଧିକରୁ ଅଧିକ ଲୋକମାନେ ପ୍ରଥମ ଡୋଜ ନେଇପାରିଛନ୍ତି। ଉକ୍ତ ପଦ୍ଧଥିକୁ ଅଧ୍ୟୟନ ପରେ ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତିି ପ୍ରଥମ ଡୋଜ ନେଇଥିବା ଲୋକେ ଅଧିକ ସୁରକ୍ଷିତ। ଏହାର ଇମୁନୋଲୋଜିକାଲ ପ୍ରମାଣ ମିଳିଛି। ଫାଇଜର ଓ ମଡର୍ନା ଟିକାର ପ୍ରଥମ ଡୋଜ ଗ୍ରହଣ କରିଥିବା ଲୋକମାନେ ପ୍ରାୟ ୮୦ ପ୍ରତିଶତ ସୁରକ୍ଷିତ ଅଛନ୍ତି।
ରୋଚେଷ୍ଟର ସ୍ଥିତ ମାୟୋ କ୍ଲିନିକଠାରେ ବୈଜ୍ଞାନିକମାନେ ୟୁକେ ଓ ବିଳମ୍ବରେ ଦ୍ୱିତୀୟ ଡୋଜ ଦେଇଥିବା ଅନ୍ୟ ଦେଶର ପଦ୍ଧଥି ଉପରେ ପରୀକ୍ଷା କରିଥିଲେ। ଏହାଦ୍ୱାରା କେବଳ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିଛି ତା ନୁହେଁ, ବରଂ ପ୍ରଥମ ଡୋଜ ଦ୍ୱାରା ଅଧିକ ଜୀବନ ବଞ୍ଚି ପାରଥିବା ଜଣାପଡ଼ିଛି। ତେବେ ଏହି ପଦ୍ଧଥି ୬୫ ବର୍ଷରୁ କମ୍ ବୟସ୍କଙ୍କଠାରେ ଅଧିକ ଫଳପ୍ରଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)